ପୂର୍ବତଟ ରେଳପଥ ପକ୍ଷରୁ ନୟାଗଡ଼ରୁ ନେପାଳକୁ ସଫ୍ଟ ବିଲେଟ୍ ରପ୍ତାନି

ପୂର୍ବତଟ ରେଳପଥ ପକ୍ଷରୁ ନୟାଗଡ଼ରୁ ନେପାଳକୁ ସଫ୍ଟ ବିଲେଟ୍ ରପ୍ତାନି _ରେଳପଥର ବ୍ୟବସାୟ ବିକାଶ ପଦକ୍ଷେପ ଯୋଗୁଁ ନୂତନ ରପ୍ତାନି ମାର୍ଗ ସୃଷ୍ଟି :ନୟାଗଡ଼/କେନ୍ଦୁଝର, ଜାନୁଆରୀ 17, 2025: ପୂର୍ବତଟ ରେଳପଥ ପକ୍ଷରୁ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲାର ନୟାଗଡ଼ରୁ ନେପାଳକୁ ସଫ୍ଟ ବିଲେଟ୍ ରପ୍ତାନି କରି ଏକ ନୂତନ ବାଣିଜ୍ୟିକ ମାର୍ଗ ସୃଷ୍ଟି କରିଛି ଯାହାଦ୍ୱାରା BSRM ଷ୍ଟିଲ୍ ପୁନଃ ରୋଲିଂ ମିଲ୍ସ ପାଇଁ ଏହି ନୂତନ ରପ୍ତାନି ପଦକ୍ଷେପକୁ ସଫଳତାର ସହ ସକ୍ଷମ କରିଛି | ଆଜି ପ୍ରଥମ ରେକ୍ କେନ୍ଦୁଝର ଜିଲ୍ଲାର ନୟାଗଡ଼ରୁ ସଫ୍ଟ ବିଲେଟ୍ ବୋଝେଇ ଯାହା ଏହି ଗୁରୁତ୍ୱପୂର୍ଣ୍ଣ ପରିବହନ ସଂଯୋଗର ଆରମ୍ଭକୁ ସଙ୍କେତ ଦେଇ ପ୍ରତି ମାସରେ ତିନିଟି ରେକ୍ ରପ୍ତାନି କରିବାର ଲକ୍ଷ ରଖିଛି | ଏହି ବିକାଶମୂଳକ ପଦକ୍ଷେପ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ ୟୁନିଟ (BDU)ର ଏକ ଅଂଶ, ଯାହା ନେପାଳ ଭଳି ପଡ଼ୋଶୀ ଦେଶଗୁଡ଼ିକୁ ଆଞ୍ଚଳିକ ବାଣିଜ୍ୟକୁ ବୃଦ୍ଧି କରିବା ଏବଂ ପଣ୍ୟ ପରିବହନ ପାଇଁ ସଂଯୋଗୀକରଣ କରିପାରିଛି ବିଶେଷକରି ଇସ୍ପାତ ଉତ୍ପାଦ ପାଇଁ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଢାଞ୍ଚା ତିଆରି କରାଯାଇଛି | ଏହି ନୂତନ ଉଦ୍ୟମରେ ରେଳପଥର ରଣନୈତିକ ଭୂମିକା / ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଏବଂ ଏହି ଅଞ୍ଚଳରୁ ବର୍ଦ୍ଧିତ ରପ୍ତାନି ଚାହିଦା ପୂରଣ କରିବାରେ ରେଳପଥ ଦ୍ୱାରା ପରିବହନର ଗୁରୁତ୍ୱକୁ ଦୃଷ୍ଟି ଦେଉଅଛି | ଏହି ରପ୍ତାନି ଉଦ୍ୟମକୁ ସରଳ କରିବାରେ ରେଳବାଇର ଭୂମିକା ଶିଳ୍ପ ବିକାଶକୁ ସମର୍ଥନ କରିବା ଏବଂ ସୀମାପାର ସାମଗ୍ରୀର ପରିବହନକୁ ବୃଦ୍ଧି କରିବା ପ୍ରତି ଏହାର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଅଛି |

Leave a Reply

Your email address will not be published. Required fields are marked *