ପୋଡ଼ପିଠା ଖାଇ ଶ୍ରୀ ଶ୍ରୀ ତୃତୀୟ ଦେବ ଜୀଉ ବିଜେ ନୂଆଗଡ ମନ୍ଦିର
ପୋଡ଼ପିଠା ଖାଇ ଶ୍ରୀ ଶ୍ରୀ ତୃତୀୟ ଦେବ ଜୀଉ ବିଜେ ନୂଆଗଡ ମନ୍ଦିର କୁ ବିଜେକଲେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ
ଢେଙ୍କାନାଳ ଜିଲ୍ଲା ଦେବୋତ୍ତର ବିଭାଗ ଅଧୀନରେ ଥିବା ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉ ମନ୍ଦିରରୁ ରଥଯାତ୍ରା ଦିନ ମାଉସୀ ମା ମନ୍ଦିର କୁ ଯାଉଥିବା ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଆଷାଢ଼ ମାସ ଶୁଳ୍କ ପକ୍ଷ ଦଶମୀ ତିଥି ରେ ମାଉସୀ ମା ଘରୁ ସୁ ସ୍ବାଦୁ ପୋଡ଼ ପିଠା ଖାଇ ଅପରାହ୍ନ ଚାରିଟା ସମୟରେ ମାଉସୀ ମା ମନ୍ଦିର ରୁ ବାହାରି ଘଣ୍ଟ ଘଣ୍ଟା ଖୋଳ କୀର୍ତ୍ତନ ହରିବୋଲ ହୁଳହୁଳି ଶଙ୍ଖ ନାଦ ମଧ୍ୟରେ ବାହାରି ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉ ବିଜେ ନୂଆଗଡ ମନ୍ଦିର କୁ ବିଜେକଲେ। ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉ ବିଜେ କମିଟି ନୁଆଗଡ ର ସଭାପତି ବିଜୟ କୁମାର ସାମନ୍ତ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଠାକୁରମାନଙ୍କୁ ପହଣ୍ଡିବିଜେ କରାଯାଇ ରଥାରୂଢ଼ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମନ୍ଦିର କୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମ ସଂଗଠନ ସଭାପତି ନିଳମଣୀ ପାତ୍ର, ସମ୍ପାଦକ ପଙ୍କଜ କୁମାର ଜେନା , ମନ୍ଦିର ସମ୍ପାଦକ ଅଶୋକ କୁମାର ମହାପାତ୍ର, ମନ୍ଦିର କମିଟି ଉପସଭାପତି ଅଭିମନ୍ୟୁ ଭୁୟାଁ, କୋଷାଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ସଭ୍ୟ ସୁଶାନ୍ତ କୁମାର ସାମନ୍ତ,ମାନସ କୁମାର ସାମନ୍ତ, ବସନ୍ତ କୁମାର ସାହୁ,ଯତୀଶ କୁମାର ମହାପାତ୍ର, ସନ୍ତୋଷ କୁମାର ଜେନା, ଅମୂଲ୍ୟ କୁମାର ମହାପାତ୍ର, ଫକୀର ମୋହନ ପଣ୍ଡା, ଉପଦେଷ୍ଟା ନୀରଞ୍ଜନ ଧିର , ଯୁଗଳ କିଶୋର ଦାସ, ବୀରେନ୍ଦ୍ର କୁମାର ସାମନ୍ତ, ଉତ୍ତମ କୁମାର ସାମନ୍ତ, ଙ୍କ ସହିତ ସଞ୍ଜୟ କୁମାର ସାମନ୍ତ, ଅନନ୍ତ ଚରଣ ଜେନା, ମନୋଜ ସାମନ୍ତ, ଦେବାସିସ୍ ସାମନ୍ତ, ଶ୍ରୀମନ୍ତ କୁମାର ଜେନା, ସୁଧୀର ସ୍ବାଇଁ, ମିହୀର ରଞ୍ଜନ ଧୀର, ଦିଲ୍ଲିପ କୁମାର ସ୍ବାଇଁ, ନିହାର ରଞ୍ଜନ ଧୀର, ସଙ୍କେତ ମହାନ୍ତି, ପ୍ରିତମ ସାମନ୍ତ, ଅସିତ୍ ସାମନ୍ତ, ଶ୍ରୀନିବାସ ଧୀର, ପ୍ରଶାନ୍ତ କୁମାର ପାତ୍ର ଓ ସାନୁ ରଞ୍ଜନ ସାହୁ ସକ୍ରୀୟ ସହଯୋଗ କରିଥିଲେ। ପ୍ରାୟ ସହସ୍ରାଧିକ ଜନସାଧାରଣ ଉପସ୍ଥିତ ବାହୁଡା଼ ଯାତ୍ରାର ମାନ ବୃଦ୍ଧି କରିଥିଲା। ସମସ୍ତ ଙ୍କ ପାଇଁ ପ୍ରସାଦ ବ୍ଯବସ୍ଥା କରାଯାଇଥିଲା।
