ଶିକ୍ଷା ଦ୍ଵାରା ସମାଜ ପରିବର୍ତ୍ତନ ସମ୍ଭବ

*** କାକଟପୁରରେ ସାଇ ଛବି ଚାରିଟେବଲ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଟାଇମ୍ସ ଇଣ୍ଟରନାସନାଲ୍ ସ୍କୁଲର ଦ୍ଵିତୀୟ ବାର୍ଷିକ ଉତ୍ସବ ବୁଧବାର ସଂଧ୍ୟାରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ଅଧକ୍ଷ ଫିରୋଜ ଖାଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କାକଟପୁର ବ୍ଲକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଜେନା, ସମ୍ମାନିତ ଅତିଥି ଭାବେ ସହ ଶିକ୍ଷା ଅଧିକାରୀ ସୁଶ୍ରୀ ପଙ୍କଜିନି ଦେଇ, ନେତ୍ରାନନ୍ଦ ସାହୁ ମହିଳା କଲେଜ ଇତିହାସ ଅଧ୍ୟାପକ ଇମ୍ରାନ ଖାଁ, ନୁଆହାଟ ଉଚ୍ଚ ବିଦ୍ୟାଳୟ ଗଣିତ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ଓ ମୂଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ମେହେବୁବ୍ ସରିଫ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ଭବିଷ୍ୟତ ଗଠନ ଓ ଶିକ୍ଷା ଉପରେ ହୃଦୟସ୍ପର୍ଶୀ ବାର୍ତ୍ତା ଛିଞ୍ଚନ କରିଥିଲେ। ଶିକ୍ଷା ଦ୍ଵାରା ସମାଜ ପରିବର୍ତ୍ତନ ସମ୍ଭବ ଓ ଶିକ୍ଷା ସହିତ କ୍ରୀଡା, ସାହିତ୍ୟ, ନୃତ୍ୟ ଗୀତ ଆଦି ପିଲାମାନଙ୍କୁ ଆଗକୁ ବଢ଼ାଇବାରେ ସହାୟକ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ପୁର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ୬୮ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ମେଡାଲ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟତ୍ରୀ ଫିର୍ଦୋସ ଅଞ୍ଜୁମ୍ ଙ୍କୁ ଶ୍ରେଷ୍ଠ ଶିକ୍ଷୟତ୍ରି ଭାବେ ଅତିଥି ମାନେ ପୁରସ୍କୃତ କରିଥିଲେ। ପରିଶେଷରେ ବିଦ୍ୟାଳୟ ର କୁନାକୁନି ପିଲାଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ସହ ଶତାଧିକ ଅଭିଭାବକ ମାନେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବକୁ ଶିକ୍ଷୟତ୍ରୀ ଅପର୍ଣ୍ଣା ଦାଶ ସଂଯୋଜନା କରିଥିବା ବେଳେ ଉପଦେଷ୍ଟା କମିଟିର ମୁଖ୍ୟ ଶିକ୍ଷାବିତ୍ ସୁଚରିତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ଶିକ୍ଷୟତ୍ରୀ ଫିର୍ଦୋସ ଅଞ୍ଜୁମ୍, ଆସମା ବେଗମ୍, ଅର୍ପିତା ମଲ୍ଲିକ, ସସ୍ମିତା ମିଶ୍ର, ରିଙ୍କି ମହାରଣା ଓ ସ୍ୱାଗତିକା ପାତ୍ର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *