ଅୟନ ଫାଉଣ୍ଡେସନ ତରଫରୁ ଶିକ୍ଷା ସମ୍ମାନ ପ୍ରଦାନ
ଗଣିଆ – ଅୟନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ମହାନଦୀ ପବ୍ଲିକ ସ୍କୁଲ ପରିସରରେ ଶିକ୍ଷା ସମ୍ମାନ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ସମ୍ମାନିତ ଅତିଥି ଭାବେ ତହସିଲଦାର ପ୍ରିତିବାଳା ରଣା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ଅୟନ ଫାଉଣ୍ଡେସନର ମୁଖ୍ୟ ନାଶି ପଙ୍କଜ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ମହାନ ଦାର୍ଶନିକ ତଥା ଗୁରୁ ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଗୁରୁବନ୍ଦନା ଗାନ କରିଥିଲେ । ଅୟନ ଫାଉଣ୍ଡେସନର ମୁଖ୍ୟ ନାଶି ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଧୁନିକତାର ଛାପରେ ଆଜିକାଲି ଗୁରୁପୂଜନ କଥା ଛାତ୍ର ଛାତ୍ରୀ ମାନଙ୍କ ମାନସ ପଟରୁ ହଜି ଯାଉଥିବାରୁ ଅୟନ ଫାଉଣ୍ଡେସନ ତରଫରୁ ଗୁରୁଦିବସରେ ଗୁରୁ ମାନଙ୍କୁ ସମ୍ମାନ ପ୍ରଦାନ କରିବାକୁ ଏହି ପ୍ରୟାସ ଜାରି କରାଯାଇଥିବା ସେ ପ୍ରକାଶ କରିଥିଲେ । ଫାଉଣ୍ଡେସନର ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ବିଧାୟକ । ଏହି ଅବସରରେ ନୂଆଗାଁ ବ୍ଲକର ଦେବରାଜ ଖଣ୍ଡୁଆଳ, ଦଶପଲ୍ଲା ବ୍ଳକରୁ ନାରାୟଣ ମହାପାତ୍ର,ଗଣିଆ ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ଦାଶ, କିଶୋର ପ୍ରସାଦ ପଞ୍ଚାୟତ ପତଣ୍ଡାର ଗଙ୍ଗାଧର ପଣ୍ଡା,ଆଡକଟା ପଞ୍ଚାୟତ ଜଗନ୍ନାଥ ପ୍ରସାଦର ବିଶ୍ଵନାଥ ସାହୁ,କରଡାପଡାର ବିଦ୍ୟାଧର ସାହୁ,ରାସଙ୍ଗ ପଞ୍ଚାୟତ କାଦୁଆର ଯୁଗଳ କିଶୋର ସ୍ବାଇଁ, ବେଲପଡାପାଟଣାର ବଲ୍ଲଭ ରାଉତ, ଛାମୁଣ୍ଡିଆ ପଞ୍ଚାୟତ ମସ୍କାଝୋଲାର ନିଶାମଣୀ ନାୟକ, ବଡସିଲିଙ୍ଗାର ବସନ୍ତ କୁମାର ଦାନୀ,ଜବାହାର ନବୋଦୟ ବିଦ୍ୟାଳୟର ଅବସରପ୍ରାପ୍ତ ଖେଳ ଶିକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ମହାରଣାଙ୍କୁ ଶିକ୍ଷା ସମ୍ମାନ -୨୦୨୫ରେ ସମ୍ମାନିତ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
