ମୃତ୍ୟୁ ପର୍ଯ୍ୟନ୍ତ ଶିକ୍ଷାର ସମାପ୍ତି ନାହିଁ।”ଚିକିଟି ବ୍ଲକ ରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ସଫଳତାର ସହ ସମ୍ପନ୍ନ।

ଚିକିଟି, 16/3( ):ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର 12 ଗୋଟି କ୍ଲଷ୍ଟରରେ ‘ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ’ (New India Literacy Programme – ULLAS) ୨୦୨୫–୨୬ ପର୍ଯ୍ୟାୟର ସାକ୍ଷରତା ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। କେନ୍ଦ୍ର ସରକାର ଓ ରାଜ୍ୟ ଶିକ୍ଷା ବିଭାଗର ମାର୍ଗଦର୍ଶିକା ଅନୁଯାୟୀ, ଅଣ-ସାକ୍ଷର ବୟସ୍କ ବ୍ୟକ୍ତିଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ଏହି ପରୀକ୍ଷା ଆୟୋଜନ କରାଯାଇଥିଲା।ବ୍ଲକ ସାଧନ କେନ୍ଦ୍ର ସଂଯୋଜକ ତ୍ରିନାଥ ମଳିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ବ୍ଲକ ର ମୋଟ ୧୨ଟି କ୍ଲଷ୍ଟର ରୁ 1731 ଜଣ ଶିକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିଲେ। ବିଶେଷ ପ୍ରଶଂସାର ବିଷୟ ଏହି କି ଯେ, ଶତପ୍ରତିଶତ ସଫଳତା ସହ ସମସ୍ତ 1731 ଜଣ ଶିକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ସି.ଆର.ସି.ସି. ମାନେ ବିଦ୍ୟାଳୟର ସର୍ଭେୟର, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକଙ୍କ ମିଳିତ ପ୍ରୟାସରେ ସମଗ୍ର ପରୀକ୍ଷା ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଓ ସୁଚାରୁ ରୂପେ ସମ୍ପନ୍ନ ହୋଇଛି।ଏହି ସାକ୍ଷରତା ଅଭିଯାନ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ମୌଳିକ ପଠନ, ଲିଖନ ଏବଂ ସଂଖ୍ୟା ଜ୍ଞାନ (Foundational Literacy and Numeracy) ପ୍ରଦାନ କରାଯାଉଛି। ଏହା ସେମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ ହେବା ସହ ଦୈନନ୍ଦିନ କାର୍ଯ୍ୟରେ ସ୍ୱାବଲମ୍ବୀ କରିବାରେ ସହାୟକ ହେବ। ବ୍ଲକ ସ୍ତରରେ ଶତପ୍ରତିଶତ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମର ବ୍ୟାପକ ସଫଳତାକୁ ସୂଚାଉଛି।ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ, ଏ ବି ଇ ଓ ମେଘନାଥ ବେହେରା, ନାୟକ ସେଠି, ସୁଜିତ କୁମାର ପାଢ଼ୀ, ଅମର ସାହୁ, ଏ. ଦମୟନ୍ତୀ, କୂରେସୁ ସାହୁ, ସୁଶାନ୍ତ ପ୍ରଧାନ, ଧର୍ମରାଜୂ ବେହେରା ସମସ୍ତ ସାରସିସି ପରିଚାଳନା କରିଥିଲେ.

Leave a Reply

Your email address will not be published. Required fields are marked *