ସୋରଡା ରେ ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ
ସୋରଡା ରେ ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ। କଲେ ବିଧାୟକ ଗଞ୍ଜାମ ଜିଲ୍ଲା ସୋରଡ଼ା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଠାରେ ଆଜି ପ୍ରବେଶିକା ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ ହୋଇଛି। ଏହି ରଥ କୁ ଉଦଘାଟନ କରୁଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଶୋୟି। ଏହି ରଥ ବାହାରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଉପାନ୍ତ ଅଞ୍ଚଳ ର ପିଲାମାନେ କି ଭଳି ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବେ l ଚଳିତ ବର୍ଷ ପ୍ରାଥମିକ ବିଦ୍ୟାଳୟ ରେ ଆଉ ଗୋଟିଏ ଶ୍ରେଣୀ ଯୋଡ଼ି ଦିଆଯାଇଛି l ଯେ ଯେଉଁ ପିଲାମାନଙ୍କ ବୟସ ୫+ ହୋଇଥିବା ସେ ଶିଶୁ ବାଟିକା ରେ ନାମ ଲେଖି ପାଠ୍ୟକ୍ରମ ଆରମ୍ଭ କରିବେ ୬+ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖିପାରିବେ l ଏହି ଭଳି ଚଳିତ ବର୍ଷ ସରକାର ଙ୍କ ଦ୍ଵାରା ଶିଶୁ ବାଟିକା ଟି ସଂଯୋଗ କରିଛନ୍ତି l ଏହି ରଥ ଟି ସୋରଡା ବ୍ଲକ୍ ରେ ଥିବା 26 ଟି ପଞ୍ଚାୟତ କୁ ଯିବା ସହ କିଛି ଉପାନ୍ତ ଅଞ୍ଚଳ କୁ ଯାଇ ଶିଶୁ ବାଟିକା ଓ ଖଡ଼ିଛୁଆଁ କାର୍ଯକ୍ରମ ଲୋକଙ୍କ ନିକଟର ବହଞ୍ଚିବା ସହ ସମସ୍ତେ ଯେମିତି ଶିକ୍ଷା ବିଷୟ ରେ ଜାଣି ପାରିବେ ତେଣୁ ଦୁଇ ଏପ୍ରିଲ୍ ରୁ ଚଉଦ ଏପ୍ରିଲ୍ ପର୍ଯ୍ୟନ୍ତ ଖଡ଼ିଛୁଆ କାର୍ଯକ୍ରମ ଚାଲିବ ବୋଲି କହିଛନ୍ତି ସୋରଡ଼ା ବିଧାୟକ। ସେହିପରି ସୋରଡା ଗୋଷ୍ଠି ଶିକ୍ଷା ଅଧିକାରୀଣି ଲୋପାମୁଦ୍ରା ରାଉତରାୟ କହିଛନ୍ତି ଏହି ରଥ ଉପାନ୍ତ ଅଞ୍ଚଳକୁ ଯାଇ ଶିକ୍ଷା ବ୍ୟବସ୍ଥାକୁ ଲୋକଙ୍କ ପାଖରେ ପହଞ୍ଚେଇବ ଯାହରି ଫଳରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷା କୁ ଆପଣେଇବେ ଓ କେହି ଡ୍ରପ୍ଆଉଟ୍ ରହିବେ ନାହିଁ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ସିଆର୍ସି, ଶିକ୍ଷକ ଓ କିଛି ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ବେଳେ ବିଧାୟକ ଙ୍କ ସମର୍ଥକ ଜଗଦିଶ ରାଜୁ,ବାଇଧର ସ୍ୱାଇଁ, ଜୟରାମ ପାତ୍ର ଓ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
