ବଚପନ୍ ଓ ଏକାଡେମୀକ୍ ହାଇଟ୍ସ ପବ୍ଲିକ ସ୍କୁଲ ରେ ଇଦ୍ ପର୍ବ ପାଳନ
ଭବାନୀପାଟଣା, ୨୨/୦୩ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳ ର ପ୍ରସିଦ୍ଧ ବଚପନ ଓ ଏକାଡେମୀକ୍ ହାଇଟ୍ସ ପବ୍ଲିକ ସ୍କୁଲରେ ପବିତ୍ର ଇଦ୍ ପର୍ବ ଟି ଅତ୍ୟନ୍ତ ଧୁମ୍ ଧାମ୍ ଓ ଆଡମ୍ବର ସହିତ ପାଳନ କରାଗଲା। ଏହି ଅବସରରେ ସ୍କୁଲ ପରିବେଶ କୁ ରଙ୍ଗୀନ ପୋଷ୍ଟର ଓ ଆଲୋକ ରେ ସୁସଜ୍ଜିତ କରାଯାଇ ଥିଲା। ଯାହା ଏକ ଉତ୍ସବ ମୟ ପରିବେଶ ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମ ରେ ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ପାରମ୍ପରିକ ପୋଷାକ ପିନ୍ଧି ଅଂଶ ଗ୍ରହଣ କରିଥିଲେ। ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଇଦ୍ ପର୍ବ ର ଇତିହାସ, ଉପବାସ ର ମହତ୍ତ୍ଵ, ଓ ଦାନ ଧର୍ମ ର ମୂଲ୍ୟ ବିଷୟରେ ସହଜ ଓ ସରଳ ଭାଷାରେ ଛାତ୍ର ଛାତ୍ରୀମାନଙ୍କୁ ବୁଝାଇଥିଲେ। ଏହା ମାଧ୍ୟମ ରେ ସେମାନେ ମାନବତ। , ସହାନୁଭୂତି ଓ ଭାଇଚାରା ର ମୂଲ୍ୟ ବୁଝି ପାରିଥିଲେ । ” ଇଦ୍ ମୁବାରକ୍” ର ଶୁଭେଚ୍ଛା ବିନିମୟ କରି ସମସ୍ତେ ପରସ୍ପର କୁ ଅଭିନନ୍ଦନ ଜଣାଇଥିଲେ। ଏହି ସମୟରେ ସ୍କୁଲ ପରିସର ରେ ଖୁସି ଓ ଉତ୍ସାହ ର ଲହରୀ ଖେଳି ଯାଇଥିଲା। ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମମତା ରାଣୀ ପଟ୍ଟନାୟକ ତାଙ୍କ ଉଦବୋଧନ ରେ କହିଥିଲେ ଯେ , ଏପରି ପର୍ବ ପାଳନ ଛାତ୍ର ଛାତ୍ରୀ ମାନଙ୍କ ମନରେ ସାମ୍ପ୍ରଦାୟିକ ସମ୍ମିଳନ, ସହିଷ୍ଣୁତ। ଓ ଭାଇଚାରା ର ଭାବନା କୁ ଦୃଢ଼ କରେ।ସମଗ୍ର କାର୍ଯ୍ୟକ୍ରମ ଟି ଅତ୍ୟନ୍ତ ସୁନ୍ଦର ଓ ସଫଳ ଭାବେ ସମାପ୍ତ ହୋଇଥିଲା। ଯାହା ସମସ୍ତ ଙ୍କ ମନରେ ଏକ ଅମିଟ ସ୍ମୃତି।
