ଇଦ୍ ପର୍ବ ମହା ସମାରୋହରେ ପାଳିତ

ନେଉଳପୁର ପଂଚାୟତ କଣ୍ଟାବଣିଆସ୍ଥିତ ସୁନି ଜାମା ମସଜିଦରେ ଇଦ୍ ପର୍ବ ମହାସମାରୋହରେ ପାଳିତ ।ଧର୍ମଶାଳା = ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବହୁ ଗ୍ରାମରେ ପବିତ୍ର ରମଜାନ ମାସ ଉପଲକ୍ଷେ ମାସସାରା ରୋଜା ବ୍ରତ ରଖିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ମୁସଲମାନ ଭାଇଭଉଣୀ ମାନେ ବିଭିନ୍ନ ମସଜିଦକୁ ଯାଇ ଧାର୍ମିକ ପୂଜାର୍ଚ୍ଚନା କରିଥିଲେ।ଇଦ ପର୍ବ ଏକ ଭାଇଚାରାର ପର୍ବ ହୋଇଥିବାରୁ ବହୁ ହିନ୍ଦୁଲୋକ ମୁସଲମାନ ଭାଇ ଭଉଣୀ ମାନଙ୍କ ସହ ମିଶି ପର୍ବ ମନlଇଥିଲେ।ଏହି କ୍ରମରେ ଧର୍ମଶାଲକା ବ୍ଲକ ନେଉଳପୁର ପଞ୍ଚାୟତ ଅନ୍ତର୍ଗତ କଣ୍ଟା ବଣିଆ ସୁନି ଜାମା ମସଜିଦରେ ସଂଖ୍ୟାଲଘୁ ସମ୍ପ୍ରଦାୟ ମୁସଲମାନ ଭାଇମାନଙ୍କ ଦ୍ୱାରା ଇଦ୍ ପର୍ବ ଖୁବ ଜାକଜମକର ସହିତ ପାଳିତ ହୋଇ ଯାଇଛି।ଏହି ଆଧ୍ୟାତ୍ମିକ, ଧାର୍ମିକ କାର୍ଯ୍ୟରେ ଶହ ଶହ ସଂଖ୍ୟାର ଲୋକ ଯୋଗ ଦେଇଥିଲେ ମଧ୍ୟ ଏସ୍ ଏସ୍ ଗୃପ୍ ର ସମସ୍ତ ସଦସ୍ୟ ମୈାଲବୀ ଯୁବ ଦର୍ଗ ସହଯୋଗ କରିଥିଲେ।ଏହି ପର୍ବରେ ଯୁବ ସଂଗଠକ ସଞିବ୍ କୁମାର ଜେନା, ପ୍ରଭାରୀ ଅନାମ ଚରଣ ମହାପାତ୍ର ଯୋଗଦେଇ ମୁସଲମାନ ଭାଇମାନଙ୍କୁ ଉତ୍ସାହିତ କରିଥିଲେ। ସର୍ଦାର ସେକ୍ ସକାବର ଓ ଏସ୍ ଏସ୍ ଗୃପ ସଦସ୍ୟ ମାନଙ୍କ ମଧ୍ୟରେ ଶାହା ଆଲାମ୍ ଖାଁ, ଜାମସେଦ୍ ଖାନ୍, ସେକ୍ ତାଜୁବ୍,ସେକ୍ କାନୁଅର୍,ସେକ୍ ଫୁଲୋ,ସେକ୍ ଇଲିୟାସ୍,ସେକ୍ ସୋନା,ସେକ୍ ହାତିମ୍, ସେକ୍ କଲିମଉଦ୍ଦିନ୍,କାଦିର ଖାନ୍, ଅମଜାଦ୍ ଖାନ୍ ପ୍ରମୁଖ ମସଜିଦରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହିତ ପ୍ରଭୁ ଆଲ୍ଲାଙ୍କ ଆଶୀର୍ବାଦ କାମନା କରିଥିଲେ।ପୂଜାର୍ଚ୍ଚନା ପରେ ଉପସ୍ଥିତ ଥିବା ସମସ୍ତ ଭାଇଭଉଣୀ ମାନେ ମିଠା ଖୁଆ ଖୋଇ ହୋଇ ପରସ୍ପରକୁ ଆଲିଙ୍ଗନ କରିବା ସହିତ ଇଦ୍ ମୁବାରକ ଜଣାଇ ଥିଲେ।

Leave a Reply

Your email address will not be published. Required fields are marked *