୮ ଟି ବୌଦ୍ଧ ସ୍ତୁପ ଓ ୫୦ ରୁ ଉର୍ଦ୍ଧ ପ୍ରାଚୀନ ମାଟିପାତ୍ର ଉଦ୍ଧାର ହୋଇ ଷୋଳମପୁର ସଂଗ୍ରହାଳୟକୁ ଗଲା
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ମଣିନାଥପୁର ଗ୍ରାମ ନିକଟ ବୈତରଣୀ ନଦୀ କୂଳରୁ ଅଷ୍ଟମ ନବମ ଶତାବ୍ଦୀର ୮ ଟି ବୌଦ୍ଧ ଅର୍ଘ୍ୟ ସ୍ତୁପ ସମେତ ୫୦ ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର ଉଦ୍ଧାର ଉଧାର କରାଯାଇ ସ୍ଥାନୀୟ ଗବେଷକ ବିଶ୍ବମ୍ବର ରାଉତଙ୍କ ଉଦ୍ୟମ କ୍ରମେ ଷୋଳମପୁର ବୋୖୖଦ୍ଧ ବିହାର ସଂଗ୍ରହାଳୟକୁ ସ୍ଥାନାନ୍ତର କରାଯାଇଛି।ମଣିନାଥପୁର ଗ୍ରାମର ସମାଜସେବୀ ସୁଧାଂଶୁ ବେହୁରିଆ ସକାଳେ ନଦୀ ପଠାକୁ ବୁଲିବାକୁ ଯାଇଥିବା ବେଳେ ଏକ ମୂର୍ତି ଥିବା ପଥର ଦେଖି ସ୍ଥାନୀୟ ଗବେଷକ ବିଶ୍ବମ୍ବର ରାଉତ ଙ୍କୁ ସୂଚନା ଦେଇଥିଲେ। ଇନଟା କ ସଦସ୍ୟ ଶ୍ରୀ ରାଉତ ଉକ୍ତ ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରି ୮ ଟି ବୌଦ୍ଧ ଅର୍ଘ୍ୟ ସ୍ତୁପ ସମେତ ୫୦ ରୁ ଉର୍ଦ୍ଧ୍ୱ ପ୍ରାଚୀନ ପୋଡ଼ା ମାଟିରେ ତିଆରି ମାଟି ପାତ୍ର ଉଦ୍ଧାର କରିବା ସହିତ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଷୋଳମପୁର ବୌଦ୍ଧ ବିହାର ସଂଗ୍ରହାଳୟକୁ ଅଣାଯାଇ ସୁରକ୍ଷିତ ଭାବେ ରଖାଯାଇଥିଲା।ତେବେ ଏଇ ବିରଳ କିର୍ତ୍ତିରାଜି ଗୁଡ଼ିକୁ ଦେଖିବାକୁ ଷୋଳମପୁର ବୌଦ୍ଧ ବିହାରକୁ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଐତିହାସିକ ପ୍ରତ୍ନତାତ୍ତ୍ଵିକ ଦୃଷ୍ଟି କୋଣରୁ ଉଦ୍ଧାର ହୋଇଥିବା ସମସ୍ତ ସ୍ତୁପ ଓ ପ୍ରାଚୀନ ମାଟି ପାତ୍ର ପ୍ରାୟ ଅଷ୍ଟମ ନବମ ଶତାବ୍ଦୀର ବୋଲି ଜଣାପଡିଛି।ଉଦ୍ଧାର ହୋଇଥିବା ଏହି ପ୍ରାଚୀନ କୀର୍ତ୍ତିରାଜି ଗୁଡ଼ିକ ଷୋଳମପୁର ବୌଦ୍ଧ ବିହାରରେ ଭୌମକର ଶାସନ ସମୟର ବୋଲି ଗବେଷକ ମାନେ ଦାବି କରିଛନ୍ତି।ଏଭଳି ମହାନ୍ କାର୍ଯ୍ୟ ପାଇଁ ଷୋଳମପୁର ବୌଦ୍ଧ ବିହାର ଟ୍ରଷ୍ଟି କମଳାକାନ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
