ବାଲିପଦର ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଅଷ୍ଟାଦସ ପ୍ରବାସୀ ଭାରତୀୟ ଦିବସ ପାଳିତ

ଆସ୍କା :- ନିକଟସ୍ଥ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଓଡିଶା ସରକାର ଙ୍କ ନିର୍ଦେଶନାମା ଅନୁସାରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହେଉଅଛି।ପୂର୍ବ ସୂଚୀ ପ୍ରକାରେ 8.01.2025 ତାରିଖ୍ୟ ଦିନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ବିରାଟ ରାଲି ଜରିଆରେ ନିକଟସ୍ଥ ଗ୍ରାମମାନଙ୍କରେ ପ୍ରବାସୀ ଭାରତୀୟ ସମ୍ମିଳନୀ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରରାଯାଇଥିଲା। ଦ୍ୱିତୀୟ ଦିବସରେ ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ସଭାପତିତ୍ୱ କରି, ଓଡିଶା ରେ ପ୍ରବାସୀ ଭାରତୀୟ ସମ୍ମିଳନୀ ମାଧ୍ୟମରେ ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା କୁ ବିକଶିତ କରାଇବାର ଲକ୍ଷ୍ୟ ରଖିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ +2 ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ସରୋଜ କାନ୍ତ ଦାସ ଯୋଗ ଦେଇ, ପ୍ରବାସୀ ଭାରତୀୟ ମାନେ ଆମର ଅତିଥି ଆମେ ସେମାନଙ୍କୁ ସମ୍ମାନ ଦେଇ ସେମାନଙ୍କ ସଂସ୍ପର୍ଶ ରେ ରହିଲେ ଆମର ବିକାଶ ସୁନିଶ୍ଚିତ ବୋଲି ମାତ ପ୍ରକାଶ କରିଥିବାବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ +2 ମହାବିଦ୍ୟାଳୟ ର ଶିକ୍ଷା ବିଭାଗ ପ୍ରାଧ୍ୟାପକ ଶୃଯୁକ୍ତ ସୁଶାନ୍ତ କୁମାର ପଣ୍ଡା ଉକ୍ତ ସମ୍ମିଳନୀ ର ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ “2036 ବିକଶିତ ଓଡିଶା ଗଠନରେ ପ୍ରବାସୀ ଭାରତୀୟ ଙ୍କ ଭୂମିକା” ବିଷୟ ଉପରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ ଆସନ୍ତା କାଲି 10.01.2025 ତାରିଖରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି।

ଉକ୍ତ କାର୍ଯ୍ୟକ୍ରମ ଟି ସଂସ୍କୃତିକ ବିଭାଗ ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ମିନତୀ ଆଚାରୀ ଓ ସହ ସଂଯୋଜକ ଅଧ୍ୟାପକ ଶ୍ରୀ ପ୍ରେମାନନ୍ଦ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର କ୍ରୀଡା ପ୍ରଶିକ୍ଷକ ଶ୍ରୀ ଭଞ୍ଜ କିଶୋର ଗୌଡ଼ ଓ ଅନ୍ୟତମ ଯୁବ କର୍ମଚାରୀ, ସମାଜ ସେବି ଶ୍ରୀ ନବଘନ ପ୍ରଧାନ ସୁପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଶ୍ରୀ ଅମୟ କୁମାର ସ୍ୱାଇଁ, ଡ଼କ୍ଟର ଏ ଜିତେଶ ରାଓ ଦୋରା, ଅଧ୍ୟାପିକା ଭକ୍ତଳତା ମହାପାତ୍ର, ସଲୀଳା ନାୟକ, ଏ ଶିବାନୀ ଆଚାରୀ, ସିମାଞ୍ଚଳ ଗୌଡ଼, ନ ମୁଦୁରାଜୁ ଦୋରା, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ୱାଇଁ, ଶୁଭଲଷ୍ମୀ ଖାଡ଼ଙ୍ଗା ଓ ଆଶିଷ କୁମାର ନଇକ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଅଧ୍ୟାପକ ଶ୍ରୀ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *