ଜମରା ଗ୍ରାମରେ ଅଷ୍ଟମ ପ୍ରହର ନାମଯଜ୍ଞ।ରାମନବମୀରେ ହରିନାମରେ କମ୍ପିଲା ଜମରା ଗ୍ରାମ

କୋଣାର୍କ – କୋଣାର୍କ ନିକଟସ୍ଥ ଜମରା ଗ୍ରାମରେ ଅଷ୍ଟମ ପ୍ରହର ନାମଯଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଯାହା ଫଳରେ ପବିତ୍ର ରାମନବମୀ ତିଥିରେ ହରିନାମରେ ଜମରା ଗ୍ରାମ କମ୍ପିଥିଲା। ଜମରା ଗ୍ରାମ କମିଟି, ବନ ସୁରକ୍ଷା ସମିତି, ଦୂଲ୍ଲାଦେଇ ୟୁଥ୍ କ୍ଲବ୍ ଓ ମହିଳା ଗ୍ରୁପ ସହଯୋଗରେ ଗ୍ରାମଦେବୀ ମା ଦୂଲ୍ଲାଦେଇଙ୍କ ପୀଠରେ ତିନି ଦିନ ଧରି ଏହି ମହୋତ୍ସବ ପାଳନ କରାଯାଇଥିଲା। ଅଷ୍ଟମୀ ଦିନ ଶୁଭ ଅଧିବାସ ଅବସରରେ ଦକ୍ଷିଣେଶ୍ୱର ମହାଦେବଙ୍କ ପୁଷ୍କରିଣୀରୁ ପୂଜାର୍ଚ୍ଚନା ଓ ହୋମକର୍ମ ସହ ଶତାଧିକ ମହିଳା ଓ ପୁରୁଷ ମାନେ ସଂକୀର୍ତ୍ତନ ମଣ୍ଡଳୀ ସହ ଶୋଭାଯାତ୍ରାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଅଧିବାସ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ଶ୍ରୀରାମ ନବମୀ ଦିନ ସକାଳୁ ଅଷ୍ଟମ ପ୍ରହର ହରିନାମ ରସାମ୍ବୃତ ଦିନ ଓ ରାତି ତମାମ ଚାଲିଥିଲା। ୧୦ରୁ ଅଧିକ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରିନାମ ରସାମ୍ବୃତ ପାନ କରିଥିଲେ। ଯାହା ଫଳରେ ରାମନବମୀରେ ହରିନାମରେ କମ୍ପିଥିଲା ଜମରା ଗ୍ରାମ। ଗ୍ରାମର ୫ ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ସହ ନିକଟ ଅଞ୍ଚଳର ୫ଖଣ୍ଡ ଗ୍ରାମର ଅତିଥି ମାନେ ଯୋଗ ଦେଇଥିଲେ। ଦଶମୀ ତିଥିରେ ସଙ୍କୀର୍ତ୍ତନ ମଣ୍ଡଳୀ ଓ ଯୁବ ପୀଢ଼ି ମାନଙ୍କ ଦ୍ଵାରା ନଗର ସଙ୍କୀର୍ତ୍ତନ ପରେ ପରେ ଦଧିଭାଣ୍ଡ ଭଙ୍ଗା ଓ ଯମୁନା ଗାଧୁଆ ନୀତି ସହ ମହୋତ୍ସବ ସମାପନ ହୋଇଥିଲା। ଏଥିରେ ସମସ୍ତ ଗ୍ରାମ ବାସୀ ମାନେ ସହଯୋଗ କରି ଖୁସି ମାନାଇଥିଲେ।

Leave a Reply

Your email address will not be published. Required fields are marked *