ହଟକିଶୋର ସାର ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ l

ଗୋପ ୧୧/୦୫/୨୫ ପୁରୀ ଜିଲ୍ଲା ଗୋପ ବ୍ଲକ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏରବଙ୍ଗ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା, ଚିରନମସ୍ୟ, ଆଦର୍ଶ ଶିକ୍ଷାବିତ, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରେମୀ, ସମାଜସେବୀ, ରାଜନୀତିଜ୍ଞ, ପରମପୂଜ୍ୟ ଗୁରୁଜୀ ହଟକିଶୋର ସାଇଁଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏରବଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ତା.୧୧.୦୫.୨୦୨୫ ରିଖ ରବିବାର ପୂର୍ବାହ ୧୦ ଘଟିକା ସମୟରେ l ଉକ୍ତ ଉତ୍ସବ ର ଆୟୋଜକ ଶ୍ରୀ ହଟକିଶୋର ସାଇଁ ଫାଉଣ୍ଡେସନର ସଦସ୍ୟ ବୃନ୍ଦ l ଉକ୍ତ ଉତ୍ସବ ରେ ଗଣେଶ ପ୍ରଧାନ ସଭାପତି ଏରବଙ୍ଗ ହାଇସ୍କୁଲ ପୁରାତନ ଛାତ୍ର ପରିଷଦ lସଂଯୁକ୍ତା ପଣ୍ଡା -ଓରେଇ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ l ଦିଲ୍ଲୀପ ଡଳେଇ – ପୂର୍ବତନ ପ୍ରଧାନଶିକ୍ଷକ l କବିବର ପ୍ରଧାନ – ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ l ସଂଗୀତା ମଲ୍ଲିକ ଓ କାର୍ତ୍ତିକ କୁମାର ନାୟକ ( ଶିକ୍ଷକ ) ସୁକାନ୍ତ ମହାନ୍ତି ( ପୂର୍ବତନ ସାଂସଦ ଙ୍କ ପ୍ରତିନିଧି ) ବିଜୟ ଗୋପାଳ ଦାଶ ( କାର୍ଯ୍ୟକାରୀ ସଭାପତି ପୁରାତନ ଛାତ୍ର ପରିଷଦ ) ପ୍ରଦୀପ୍ତ କୁମାର ମହାନ୍ତି (ସଭାପତି ଭକ୍ତାକବି ବଳରାମ ଦାସ ସ୍ମୃତି ସଂସଦ )ପ୍ରଗତି ମିଶ୍ର ( ସାଙ୍ଗଠନିକ ସମ୍ପାଦିକା ) ପ୍ରଭୁତି ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଉକ୍ତ ଉତ୍ସବ ରେ ଅଂଶଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *