ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକତାଯାତ୍ରା ଅନୁଷ୍ଠିତ

ଗୁଣପୁର/ରାୟଗଡା-୧୫/୧୧-ଗୁଣପୁର ଠାରେ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଗୁଣପୁର ମହାବିଦ୍ୟାୟଠାରୁ ଏକ ଏକତା ପଦ ଯାତ୍ରା ଆରମ୍ଭ ହୋଇ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଶେଷ ହୋଇଥିଲା । ଓଡିଶା ସରକାରଙ୍କ ମାନ୍ୟବର ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡିଆ ଭାଷା ସାହିତ୍ୟ୍ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଗୁଣପୁର ମହାବିଦ୍ୟାଳୟରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ବାଇ ପାସଛକ, ହଳଦିଆ ନାଳଛକ,ସରକାରୀ ବାଳୀକା ଉଚ୍ଚ ବିଦ୍ୟାଳୟ ଛକଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶୋଭାଯାତ୍ରାକୁ ସ୍ୱାଗତ କରାଯାଇଥିଲା । ଶେଷରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରେରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପ, ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ, ଗୁଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଝିଲି ଶବର, ଗୁଣପୁର ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ଗୁଣପୁର ଅଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅଖଣ୍ଡ୍ ଭାରତ ଗଠନ କରିବାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ମନେ ପକେଇବା ସହ ଆଜିକାର ଯୁବପିଢି ପଟେଲଜୀଙ୍କ ପରି ହେବାକୁ ମୁଖ୍ୟ ଅତିଥି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ୍ ଅନୁଷ୍ଠିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଏକତା ସୃଷ୍ଟି କରିବା ଆଜିକାର ପ୍ରଥମ ଲକ୍ଷ, ଯଦି ସେଦିନ ପଟେଲଜୀ ଭାରତର ସମସ୍ତ ରାଜ୍ୟକୁ ମିଶାଇ ଅଖଣ୍ଡ ଭାରତ ଗଠନ

କରିନଥାନ୍ତେ,ତେବେ ଅନ୍ୟରାଜ୍ୟକୁ ଯିବାକୁ ହେଲେ ଭିସାର ଆବଶ୍ୟକ ପଡିଥାଆନ୍ତା ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଲାଲକିଲ୍ଲା ସାମ୍ନା ବିଷ୍ପୋରଣକୁ ଦୃଢ ନିନ୍ଦା କରିବା ସହ ଏକତାର ରଜ୍ଜୁରେ ବନ୍ଧା ହେଲେ ଏମିତି ଆତଙ୍କି କାର୍ଯ୍ୟକୁ ପ୍ରତିହତ କରି ପାରିବା ବୋଲି ମୁଖ୍ୟ ଅତିଥି କହିଥିଲେ । ଜିଲ୍ଲାପାଳ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ଏକତାର ଭାବ ବିନିମୟ ଓ ଆଜିକାର କାର୍ଯ୍ୟକ୍ରମ ଉପରେ ଖୁସି ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥିଙ୍କୁ ରାୟଗଡା ଜିଲ୍ଲାର ସ୍ମାରକି କାପଡାକୁନ୍ଦା ଓ ଇଡିତାଲ ପ୍ରଦାନ ପୂର୍ବକ ମଞ୍ଚାସିନ ଅତିଥି ସମୂହ ସମ୍ବର୍ଦ୍ଧିତ କରିଥିଲେ । ସାଧାରଣ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଗୁଣପୁର ପୌର ଉପାଧକ୍ଷ ଶିବ ପ୍ରସାଦ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମନ୍ତ୍ରୀ ଗୁଣପୁର ଇନଡୋର ଷ୍ଟାଡିୟମ, ମିନି ଷାଡିୟମ ପରିଦର୍ଶନ କରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ପରେ ବିକ୍ରମପୁର ଛକ ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ଆରମ୍ଭ ହୋଇଥିବା ମିଶନଶକ୍ତି କାଫେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମାଜ ସେବୀ ଅକ୍ଷୟ କୁମାର ଦାସ, ଗୋପୀ ଆନନ୍ଦ, କଳିରାମ ମାଝୀ, ଶିବ ଶଙ୍କର ଉଲ୍ଲକା,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେକ ଆଲେନୂର୍, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର,ଉପଖଣ୍ଡ୍ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ତହସିଲଦାର ଗୟା ଡମ୍ବରୁଧର ବେହେରା, ପୌର ନିର୍ବାହି ଅଧିକାରୀ ସନ୍ତୋଷ କୁମାର ନାୟକ,ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଧନଞ୍ଜୟ ବେହେରା, ଗୁଣପୁର ମହାବିଦ୍ୟାଳୟ ଅଧକ୍ଷ,ପୂର୍ବତନ ଅଧ୍ୟକ୍ଷ ଶଶୀଭୂଷଣ ମହାନ୍ତି, ଥାୟାରାମ୍ମା ମହିଳା ମହାବିଦ୍ୟାଳୟ ଅଧକ୍ଷା ସୁସ୍ମିତା ବାଉରୀ, ସରୋଜ ସିୟା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *