ଟ୍ରେନ ଧକ୍କାରେ ବୃଦ୍ଧ ମୃତ୍ୟୁ।

କାମାକ୍ଷାନଗର୧୯.୧୦.୨୦୨୫ -ଢେଙ୍କାନାଳ ଜିଲ୍ଲା ଅନୁଗୋଳ -ଡ଼ୁବୁରୀ ନୂତନ ରେଳପଥର ମଠକରଗୋଳା ଗ୍ରାମ ନିକଟରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣଙ୍କ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମର ଗୁମାନି ବେହେରା। ଗୁମାନି ଆଜି ସକାଳେ ଟ୍ରଟନ ଲାଇନ ପାରହୋଇ ଯାଉଥିବାବେଳେ ଅସାବଧାନତା କାରଣରୁ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲେ। ଟ୍ରେନ ଧକ୍କାରେ ହିଁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରି ଦେଇଛି। ସେପଟେ ଗୁମାନିଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *