ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ଡେଲାଙ୍ଗ ଓ ପିପିଲି ଗସ୍ତ

ପୁରୀ ୮/୫ ପିପିଲି ନିର୍ବାଚନ ମଣ୍ଡଳୀ ର ଡେଲାଙ୍ଗ ଅଞ୍ଚଳକୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନପାଲ ସିଂ ପରିଦର୍ଶନ କରିଥିଲେ।ସେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟରେ ଏସଏସଟି ବା ଷ୍ଟାଟିକ ସର୍ଭିଲାନ୍ସ ଟିମ,ଏଫଏସଟି ବା ଫ୍ଲାଇଙ୍ଗ ସ୍କ୍ୱ।ର୍ଡ ଟିମ ଓ ବିଡ଼ିଓ ତଥା ଏଆରଓ ବା ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଙ୍କ ସହ ଆଲୋଚନା କରିଥିଲେ।ନିର୍ବାଚନ କମିଶନ ଙ୍କ ମାର୍ଗଦର୍ଶୀକା ଆଧାର ରେ ସମସ୍ତ କାର୍ଯ୍ୟ ପରିଚାଳନା ହେଉ ଥିବାରୁ ସମସ୍ତେ ପରସ୍ପରର ସମନ୍ୱୟ ରେ କାର୍ଯ୍ୟ କରିବାକୁଶସେ ପରାମର୍ଶ ଦେଇଥିଲେ।

ନିର୍ବାଚନ ମଣ୍ଡଳୀ କାକୁଡିଆର ଚେକପୋଷ୍ଟକୁ ଅନୁଧ୍ୟାନ କରିବା ସହ ଫ୍ଲାଇଙ୍ଗ ସ୍କ୍ୱ।ର୍ଡ, ଷ୍ଟାଟିକ ସର୍ଭିଲାନ୍ସ ଟିମ,ଭିଡିଓ ସର୍ଭିଲାନ୍ସ ଟିମ ମାନଙ୍କ ସହ ଆଲୋଚନା କରିଥିଲେ।ସେମାନଙ୍କ କାର୍ଯ୍ୟ, ସମସ୍ୟା, ତଥ୍ୟ ପରିଚାଳନା ସମ୍ପର୍କରେ ମଧ ଆଲୋଚନା କରିଥିଲେ।ପରେ ଶ୍ରୀ ସିଂ ଡେଲାଙ୍ଗ ପୋଲିସ ଷ୍ଟେସନ ପରିଦର୍ଶନ କରିଥିଲେ।ଏହି ପରିଦର୍ଶନରେ ବିଡ଼ିଓ କ୍ଷିତିଶ ବେହେରା, ଲିଆସନିଙ୍ଗ ଅଫିସର ଦିପ୍ତୀରଞ୍ଜନ ପ୍ରଧାନ ଓ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *