ବିଜେପି ପକ୍ଷରୁ ବାଇଧର ମଲ୍ଲିକଙ୍କ ନାମାଙ୍କନ ପତ୍ର ଦାଖଲ

– ; – ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ବିଶାଳ ନାମାଙ୍କନ ଶୋଭାଯାତ୍ରାରେ ଯାଇ ପୁରୀରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନେଇ ତାଙ୍କୁ ବିଜେପି କର୍ମୀ ଓ ଭୋଟରଙ୍କ ତରଫରୁ ବିପୁଳ ସହଯୋଗ ମିଳିଛି।

ମା ମଙ୍ଗଳାଙ୍କ ଆଶୀର୍ବାଦ ନେଇ ବାଇଧର ଏକ ବିଶାଳ ଶୋଭାଯାତ୍ରାରେ କାକଟପୁର ମଙ୍ଗଳାଙ୍କ ପୀଠରୁ ବାହାରି ବାଜପୁର, କୁଣ୍ଢେଇ, ଅନନ୍ଦବାଜର, ଇନ୍ଦିରାବଜାର, ବାଲିଦୋକାନ, କୋଣାର୍କ, ନାଗାମଠ, ସୂତନ, ବାଲିକପିଳେଶ୍ଵର ଓ ବାଲିଘାଇ ଦେଇ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜସ୍ଵସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଓଡ଼ିଶାରେ ବିଜେଡିର ସମୟ ସରି ଯାଉଛି। ବିଜେପି ସରକାର୍ ଗଠନ ହେବ। ଡବଲ ଇଞ୍ଜିନ ସରକାର୍ ରାଜ୍ୟ ପାଇଁ ଅନେକ କାର୍ଯ୍ୟ କରିବ। ଏହି ନେଇ ବିଜେଡିକୁ ହରାଇ ବିଜେପି କାକଟପୁରରେ ବିଜୟ ଟୀକା ପିନ୍ଧିବ ବୋଲି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *