ଶେଷ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ
ଶେଷ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ର ଚତୁର୍ଥ ଦିନରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଥିବାରୁ ଜଗତସିଂହପୁର ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରମୁଖ ଦଳ ଗୁଡ଼ିକର ବହୁ ଜଣାଶୁଣା ତଥା ବରିଷ୍ଠ ନେତା ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜଗତସିଂହପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ତାଙ୍କର ସମର୍ଥକ ମାନଙ୍କ ସହିତ ଏକ ଶୋଭା ଯାତ୍ରାରେ ଆସି ଶକ୍ତି ପଦର୍ଶନ କରିବା ସହ ଜିଲାପାଳ ଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ, ବାଲିକୁଦା-ଏରସମା ରୁ ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି, ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରପକ୍ଷରେ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ, ବିଜେପି ପ୍ରାର୍ଥୀ ସମ୍ପଦ କୁମାର ସ୍ୱାଇଁ ,କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ନାୟକ ଓ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇ ନିଜ ନିଜର ସମର୍ଥକ ମାନଙ୍କ ସହିତ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଥି ସହିତ ସିପିଆଇ ଓ କେତେକ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଇଟ-୧- ପ୍ରଶାନ୍ତ କୁମାର ମୁଦୁଲି (ଜଗତସିଂହପୁର ବିଜେଡ଼ି ବିଧାୟକ ପ୍ରାର୍ଥୀ)ବାଇଟ-୨- ସତ୍ୟ ସାରଥୀ ମହାନ୍ତି (ବାଲିକୁଦା ଏରସମା ବିଜେପି ବିଧାୟକ ପ୍ରାର୍ଥୀ)ବାଇଟ-୩- ନିରଂଜନ ନାୟକ (ପାରାଦୀପ କଂଗ୍ରେସ ବିଧାୟକ ପ୍ରାର୍ଥୀ)ବାଇଟ 4- ବିଭୁ ପ୍ରସାଦ ତରାଇ (ବିଜେପି, ସାଂସଦ ପ୍ରାର୍ଥୀ)ଜଗତସିଂହପୁର ରୁ Rita ସାହୁ
