ଗୋପାଳ ପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଜୋର୍ ଦାର ପ୍ରଚାର
ଆଜି ଗୋପାଳ ପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଜୋର୍ ଦାର ପ୍ରଚାର ଦେଖିବାକୁ ମିଳିଛି । ଯେତେ ଗରମ ଗୁଳୁ ଗୁଳି ଅଧିକା ହଉଚି ସେତେ ନିର୍ବାଚନ ର ଉଷ୍ମତା ଜୋର୍ ଧରୁଛି । ଆଜି ଗୋପାଳ ପୁର ନିର୍ବାଚନ ମଣ୍ଡଳୀର କୋନିସି, ତୁଳୁ ଇନ୍ଦ୍ରlଖି, ମାର୍କଣ୍ଡି , ସେହି ଭଳି ଗୋପାଳ ପୁର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ଙ୍କ ନେତୃତ୍ୱରେ ସମସ୍ତ ୱାର୍ଡ କୁ ଯାଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ସସମ୍ତ ବିଜେଡ଼ି କର୍ମୀ ଓ ନେତା ଏବଂ ମହିଳା ମାନେ ଗୋପାଳ ପୁର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ଙ୍କୁ ଫୁଲ ବର୍ଷା କରିଥଲେ I ଏମିତି ଐତିହାସିକ ସ୍ବାଗତ ସମ୍ବର୍ଦ୍ଧନା ଦୀର୍ଘ ୨୫ ବର୍ଷ ରାଜନୀତିରେ କେବେ ପାଇନଥିବା କଥା କହିଛନ୍ତି ବିକ୍ରମ ପଣ୍ଡାବଂ । ସମସ୍ତ ଇନ୍ଦ୍ରାଖି ବାସୀଙ୍କୁ ସୁଭେଛା ଦେଇଥିଲେ । ବିଧାୟକ ଙ୍କ ସହ ହଜାର ହଜାର ସମର୍ଥକ ଙ୍କ ସହ ଆଜି ବିଶାଳ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଭଳି ଶୋଭା ଯାତ୍ରା କୁ ଦେଖି ବିଜେପି ଛାଡ଼ି ସହ ସହ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଧାୟକ ବିକ୍ରମ ପଣ୍ଡା ଙ୍କ ନେତୃତ୍ୱରେ ବିଜେପି ଶିବିର ଛାଡ଼ି ବିଜେଡି ରେ ଯୋଗ ଦେଇଥିବା ସମସ୍ତ କର୍ମୀ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ କାର୍ଯ୍ୟ କୁ ଗୋପାଳପୁର ବାସୀଙ୍କୁ ପହଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣ ମାନଙ୍କୁ ସହଯୋଗ କରିବାପାଇଁ ପୁଣି ଦ୍ୱିତୀୟ ଥର ପାଇଁ ମୋତେ ଅନୁମତି ଦେଇଛନ୍ତି । ତେଣୁ ଆପଣ ମାନେ ଯୋଡ଼ି ଶଙ୍ଖରେ ଭୋଟ ଦେଇ ମୂଖ୍ୟ ମନ୍ତ୍ରି ଙ୍କୁ ଆଶ୍ରିବାଦ ଦେବାପାଇଁ ତାହା ସମସ୍ତ ଜନ ସାଧାରଣ ଙ୍କୁ ବୁଲି ବୁଲି ଭୋଟ ଭିକ୍ଷା କରିଥିଲେ ବିଧାୟକ ବିକ୍ରମ କୁମାର ପଣ୍ଡା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଆପଣ ମାନେ ପୁଣି ଷଷ୍ଠ ଥର ପାଇଁ ବିଜୟ କରିବା ପାଇଁ ଅପଣକ ଙ୍କ ଭଲପାଇବା ଓ ଆଶ୍ରିବାଦ ଦେଲେ ନିଶ୍ଚୟ ବିଜୟ ର ମୁକୁଟ ପିନ୍ଧିବେ ବୋଲି ଜନ ସାଧାରଣ ଙ୍କୁ ବିଧାୟକ ନିବେବନ କହିଥିଲେ । ଏହି ବିଶାଳ ଶୋଭା ଯାତ୍ରା ସହ ପ୍ରଚାର ପ୍ରସାର କରିଛନ୍ତି । ଏହା ସହ ବିଜୁ ଜନତା ଦଳର ହଜାର ହଜାର ବିଜେଡ଼ି ନେତା ଓ ମହିଳା କର୍ମୀ ଏହି ରାଲିରେ ଯୋଗ ଦେଇଛନ୍ତି ।
