ଷଷ୍ଠ ଦିନରେ ୧୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ
ପୁରୀ,୪/୫-ଚଳିତ ସାଧାରଣ ନିର୍ବାଚନର ଷଷ୍ଠ ଦିନରେ ପୁରୀ ଜିଲ୍ଲାର ୪ଟି ବିଧାନସଭା ପାଇଁ ୧୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥିନୀ ଉପାସନା ମହାପାତ୍ର, ମାନସ ଲୋକସାଥୀ ଦଳ ପକ୍ଷରୁ ସୁଜିତ କୁମାର ପ୍ରଧାନ, ବହୁଜନ ସମାଜ ପାର୍ଟିର ରାମଚନ୍ଦ୍ର ଭୋଇ, ସ୍ବାଧୀନ ପ୍ରାର୍ଥୀ ପ୍ରଭାକର ଦଳାଇ ନାମାଙ୍କନପତ୍ର ପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣିଂ ଅଧିକାରୀ ତଥା ଜିଲା ପରିଷଦ ମୁଖ୍ଯ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟିଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୁରୀ ବିଧାନସଭା ପାଇଁ ରିଟର୍ଣ୍ଣିଂ ଅଧିକାରୀ ତଥା ଗୋପୀନାଥ କୁଅଁରଙ୍କ ନିକଟରେ କଂଗ୍ରେସ ପ୍ରାର୍ଥୀ ସୁଜିତ ମହାପାତ୍ର, ବହୁଜନ ସମାଜ ପାର୍ଟିର ସୁରେନ୍ଦ୍ର ଭୋଇ ନାମାଙ୍କନପତ୍ର ଦାଖଲ କରିଥିଲେ । ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ସ୍ବାଧୀନ ପ୍ରାର୍ଥୀ ରାଧାମୋହନ, ଅହମ୍ମଦ ଖାଁ ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସତ୍ଯବାଦୀ ନିର୍ବାଚନ ମଣ୍ଡଳୀର ଜଗନ୍ନାଥ ଭୋଇ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସେ ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୁରୀ ଲୋକସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ କୁମାର ବରାଳ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ରିଟର୍ଣ୍ଣିଂ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା ।
