ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସମୀକ୍ଷା ଓ ବିଭିନ୍ନ କେନ୍ଦ୍ର ପରିଦର୍ଶନ
ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସମୀକ୍ଷା ଓ ବିଭିନ୍ନ କେନ୍ଦ୍ର ପରିଦର୍ଶନ।ପୁରୀ ୭/୫ ୧୦୫-କାକଟପୁର ଓ ୧୦୬-ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସରୋଜ କୁମାର ପୁରୀ ରେ ପହଞ୍ଚି ନିର୍ବାଚନ କାର୍ଯ୍ୟ ର ସମୀକ୍ଷା କରିଛନ୍ତି।ସର୍କିଟ ହାଉସ ଠାରେ ଅନୁଷ୍ଠିତ ବୈଠକରେ ଡେପୁଟି କଲେକ୍ଟର ମନିଷା ଷଡ଼ଙ୍ଗୀ ଜିଲ୍ଲାରେ ନିର୍ବାଚନ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ଗଠନ ହୋଇ ଥିବା ବିଭିନ୍ନ ମନିଟରିଂ ଟିମ ସମ୍ପର୍କରେ ଅବଗତ କରାଇଥିଲେ।ପରେ ସମ୍ପୃକ୍ତ ଟିମ ସଦସ୍ୟ ଙ୍କ ସହ ଶ୍ରୀ କୁମାର ଆଲୋଚନା କରିଥିଲେ।

ଏହାପରେ ପର୍ଯ୍ୟବେକ୍ଷକ ଶ୍ରୀ କୁମାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ରେ ଚାଲୁଥିବା ଏମ ସି ଏମ ସି କେନ୍ଦ୍ର କୁ ପରିଦର୍ଶନ କରିବା ବିଭିନ୍ନ କାର୍ଯ୍ୟ ପରିଚାଳନା ସମ୍ପର୍କରେ ପଚାରି ବୁଝି ଥିଲେ।ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର ମଧ୍ୟ ଏମସିଏମସି କେନ୍ଦ୍ର ବୁଲି ଦେଖିବା ସହ ପରିଚାଳନା ସମ୍ପର୍କରେ ବିବିଧ ପ୍ରକ୍ରିୟା ସମ୍ପର୍କରେ ପଚାରି ବୁଝି ଥିଲେ।ବିଭିନ୍ନ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ, ସୋସିଆଲ ମିଡିଆ ରେ ପ୍ରକାଶିତ ଖବର ଉପରେ ଦୃଷ୍ଟି ରଖିବା ସହ ତାହାର ତଥ୍ୟ ପର୍ଯ୍ୟବେକ୍ଷକ ମାନଙ୍କୁ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ।ସେହିପରି ପେଡ ନିଉଜ ଗୁଡିକ ଅନୁଧ୍ୟାନ କରି ଇସିଆଇର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏମସିଏମସିର ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ।ପରେ ପର୍ଯ୍ୟବେକ୍ଷକ ସଦଭାବନା ସଭାଗୃହରେ ଚାଲୁଥିବାଆଦର୍ଶ ଆଚରଣ ବିଧି ସେଲ କୁ ପରିଦର୍ଶନ କରିଥିଲେ। ଲିଆସନିଙ୍ଗ ଅଫିସର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ସମର୍ଥା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପର୍ଯ୍ୟବେକ୍ଷକ ଙ୍କୁ ସହଯୋଗ କରିଥିଲେ।
