ନିର୍ବାଚନ ଆୟୋଗ ନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କ ଦ୍ୱାରା ବିହାର ଓ 8ଟି ବିଧାନସଭା ଆସନର ଉପନିର୍ବାଚନ ପ୍ରକ୍ରିୟାର ନିରୀକ୍ଷଣ

ତା. 19.10.2025*ନିର୍ବାଚନ ଆୟୋଗ ନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କ ଦ୍ୱାରା ବିହାର ଓ 8ଟି ବିଧାନସଭା ଆସନର ଉପନିର୍ବାଚନ ପ୍ରକ୍ରିୟାର ନିରୀକ୍ଷଣ**ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପାଇଁ ସମାନ ସୁଯୋଗ, ଅବାଧ ଓ ନିରାପକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ଆୟୋଗଙ୍କ ଉଦ୍ଦେଶ୍ୟ*1. ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭା ସାଧାରଣ ନିର୍ବାଚନ, 2025 ଓ 8ଟି ବିଧାନସଭା ଆସନର ଉପନିର୍ବାଚନ ସୂଚୀ ଘୋଷଣା କରିଛି।2. ଆୟୋଗ ଧାରା 324 ଓ 1951 ଜନପ୍ରତିନିଧି ଆଇନର ଧାରା 20B ଅନୁଯାୟୀ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେଙ୍କୁ ନିଯୁକ୍ତ କରିଛି, ଯେଉଁମାନେ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ଭାବରେ ପରିଚାଳନା କରିବାରେ ଆୟୋଗକୁ ସବୁପ୍ରକାର ସାହାଯ୍ୟ କରିବେ।3. ଆୟୋଗ ପ୍ରଥମ ପର୍ଯ୍ୟାୟ ପାଇଁ 121 ଜଣ ସାଧାରଣ ପର୍ଯ୍ୟବେକ୍ଷକ ଓ 18 ଜଣ ପୋଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ 122 ଜଣ ସାଧାରଣ ପର୍ଯ୍ୟବେକ୍ଷକ ଓ 20 ଜଣ ପୋଲିସ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି । ଏହାସହ 8ଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ 8 ଜଣ ସାଧାରଣ ଓ 8 ଜଣ ପୋଲିସ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।4. ନିର୍ବାଚନ ମଣ୍ଡଳୀଗୁଡ଼ିକରେ ନିଯୁକ୍ତି ପାଇବା ପରେ, ପର୍ଯ୍ୟବେକ୍ଷକମାନେ ଦାୟିତ୍ୱ ପାଇଥିବା ନିର୍ବାଚନ ମଣ୍ଡଳୀର ପରିଦର୍ଶନ କରିଥିଲେ ଏବଂ ଏବେ ସେହି ନିର୍ବାଚନ ମଣ୍ଡଳୀରେ ଅଛନ୍ତି ।5. ଆୟୋଗ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ପ୍ରକ୍ରିୟାର ସମସ୍ତ ପ୍ରକ୍ରିୟାକୁ ନିକଟରୁ ଅନୁସରଣ କରି, ସ୍ୱଚ୍ଛ, ନିରପକ୍ଷ ଓ ପାରଦର୍ଶୀ ଭାବରେ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛି।6. ପର୍ଯ୍ୟବେକ୍ଷକମାନଙ୍କୁ ରାଜନୈତିକ ଦଳ, ପ୍ରାର୍ଥୀ ଓ ମତଦାତାଙ୍କ ପାଇଁ ସବୁବେଳେ ଉପଲବ୍ଧ ରହି, ତାଙ୍କ ଅଭିଯୋଗ ଓ ଅସୁବିଧାଗୁଡିକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।7. ପର୍ଯ୍ୟବେକ୍ଷକମାନେ ମତଦାନ କେନ୍ଦ୍ରଗୁଡ଼ିକୁ ଭ୍ରମଣ କରି, ଆୟୋଗ ଦ୍ୱାରା ନିକଟରେ ନିଆଯାଇଥିବା ପଦକ୍ଷେପମାନଙ୍କ ସଠିକ କାର୍ଯ୍ୟାନ୍ୱୟନ ଓ ମତଦାତାଙ୍କ ସୁବିଧା ସୁନିଶ୍ଚିତ କରିବେ।

Leave a Reply

Your email address will not be published. Required fields are marked *