ଭାରତ ନିର୍ବାଚନ ଆୟୋଗନିର୍ବାଚନ ସଦନ

ତା- ୨୪.୧୦ .୨୦୨୫ ଭାରତ ନିର୍ବାଚନ ଆୟୋଗ (ECI) ୬ ଅକ୍ଟୋବର, ୨୦୨୫ ତାରିଖରେ ବିହାର ବିଧାନସଭାର ସାଧାରଣ ନିର୍ବାଚନ ଏବଂ ୮ଟି ନିର୍ବାଚନମଣ୍ଡଳୀ ରେ ଉପ-ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଥିଲେ ।ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରାଯିବ(AMF) ଏବଂ ମତଦାନ ଦିନ ଭୋଟରଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନିର୍ବାଚନ ଆୟୋଗ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛି।ସର୍ବନିମ୍ନ ସୁବିଧାରେ ପାନୀୟ ଜଳ, ପ୍ରତୀକ୍ଷା କକ୍ଷ, ପାଣି ସୁବିଧା ସହିତ ଶୌଚାଳୟ, ପର୍ଯ୍ୟାପ୍ତ ଆଲୋକ, ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଉପଯୁକ୍ତ ଗ୍ରାଡିଏଣ୍ଟ ଯୁକ୍ତ ରାମ୍ପ, ଏକ ମାନକ ଭୋଟିଂ କମ୍ପାର୍ଟମେଣ୍ଟ ଏବଂ ଉପଯୁକ୍ତ ଚିହ୍ନଟିକରଣ ଅନ୍ତର୍ଭୁକ୍ତ।ଭୋଟର ସଚେତନତାକୁ ସୁଦୃଢ଼ କରିବା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ଚାରୋଟି ସମାନ ଆକାର ଏବଂ ମାନଙ୍କର ଭୋଟରଙ୍କ ସୁବିଧା ପାଇଁ ଉଦିଷ୍ଟ ପୋଷ୍ଟର ପ୍ରମୁଖ ଭାବରେ ପ୍ରଦର୍ଶିତ କରାଯିବ । ଯେଉଁଥିରେ ମତଦାନ କେନ୍ଦ୍ର ବିବରଣୀ, ପ୍ରାର୍ଥୀଙ୍କ ତାଲିକା, କ’ଣ କରିବେ ଏବଂ କ’ଣ ନ କରିବେ, ଅନୁମୋଦିତ ପରିଚୟ ପତ୍ରର ତାଲିକା ଏବଂ ଭୋଟିଂ ପ୍ରକ୍ରିୟାର ବ୍ୟାଖ୍ୟା ରହିବ।ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଭୋଟର ସହାୟତା କେନ୍ଦ୍ର ସ୍ଥାପନ କରାଯିବ । ଯାହା ଭୋଟର ମାନଙ୍କୁ ମତଦାନ କେନ୍ଦ୍ର ସଂଖ୍ୟା ଏବଂ ସମ୍ପୃକ୍ତ ବୁଥ୍ ରେ ଭୋଟର ତାଲିକାରେ ସେମାନଙ୍କ କ୍ରମିକ ସଂଖ୍ୟା ଖୋଜିବାରେ ସାହାଯ୍ୟ କରିପାରିବ। ଭୋଟର ସହାୟତା କେନ୍ଦ୍ର ଗୁଡ଼ିକରେ ସୁଦୃଶ୍ୟ ଚିହ୍ନଟିକରଣ ରହିବ ଏବଂ ତାହା ଭୋଟର ମାନଙ୍କୁ ମତଦାନ ପରିସର ନିକଟକୁ ଆସିବା ସମୟରେ ସହଜରେ ଦୃଶ୍ୟମାନ ହେବ।ଏକ ନୂତନ ପଦକ୍ଷେପରେ, ମତଦାନ କେନ୍ଦ୍ର ବାହାରେ ଭୋଟରମାନଙ୍କ ପାଇଁ ମୋବାଇଲ୍ ଫୋନ୍ ଜମା ରଖିବା ସୁବିଧା ଯୋଗାଇ ଦିଆଯିବ। ମତଦାତାମାନେ ପୋଲିଂ ଷ୍ଟେସନରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଫୋନ୍ (ବନ୍ଦ କରି) ଜଣେ ନିଯୁକ୍ତ ସ୍ୱେଚ୍ଛାସେବକଙ୍କୁ ହସ୍ତାନ୍ତର କରିବେ ଏବଂ ଭୋଟ ଦେବା ପରେ ତାହା ସଂଗ୍ରହ କରିନେବେ । ନିର୍ବାଚନ ଆୟୋଗ ସୁସ୍ପଷ୍ଟ କରିଛି ଯେ, ସର୍ବନିମ୍ନ ସୁବିଧା ଏବଂ ସୁଗମତା ସମ୍ବନ୍ଧିତ ସମସ୍ତ ପଦକ୍ଷେପ ବାଧ୍ୟତାମୂଳକ ଏବଂ ସମସ୍ତ ମତଦାନ କେନ୍ଦ୍ରରେ କଡ଼ାକଡି ଭାବରେ ଅନୁପାଳନ କରାଯିବ। ସମସ୍ତ ମତଦାତାଙ୍କ ପାଇଁ ଏକ ସୁଗମ ଏବଂ ମର୍ଯ୍ୟାଦାପୂର୍ଣ୍ଣ ମତଦାନ ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ମତଦାନ ତାରିଖ ପୂର୍ବରୁ ଆବଶ୍ୟକୀୟ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସୌରଭ ପ୍ରଧାନ,ଲୋକ ସମ୍ପର୍କ ଅଧିକାରୀ,ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ l

Leave a Reply

Your email address will not be published. Required fields are marked *