ଭାରତ ନିର୍ବାଚନ ଆୟୋଗନିର୍ବାଚନ ସଦନ

ଭାରତ ନିର୍ବାଚନ ଆୟୋଗନିର୍ବାଚନ ସଦନ, ଅଶୋକା ରୋଡ୍, ନୂଆଦିଲ୍ଲୀ-୧୧୦୦୦୧ECI/PN/ନଂ. ୩୪୩/ ୨୦୨୫ପ୍ରେସ୍ ଇସ୍ତାହାରଆନ୍ତଃରାଜ୍ୟ ସୀମା ପ୍ରସ୍ତୁତିର ସମୀକ୍ଷା କଲେ ନିର୍ବାଚନ କମିଶନର; ଶାନ୍ତିପୂର୍ଣ୍ଣ, ପ୍ରଲୋଭନମୁକ୍ତ ବିହାର ବିଧାନସଭା ନିର୍ବାଚନ ୨୦୨୫ ସୁନିଶ୍ଚିତ କରିବା ପାଇଁ କଡ଼ା ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶଭୁବନେଶ୍ୱର | ତା- ୩୦.୧୦.୨୦୨୫ ୧. ଭାରତ ନିର୍ବାଚନ ଆୟୋଗ (ECI) ଆଜି ବିହାରରେ ଆନ୍ତଃରାଜ୍ୟ ସୀମା ସମସ୍ୟା ଉପରେ ଏକ ସମନ୍ୱୟ ବୈଠକ କରିଛନ୍ତି, ଯେଉଁଥିରେ ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବ, ଡିଜିପି ଏବଂ ପ୍ରମୁଖ ଶାସନ ସଚିବ (ଗୃହ) ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ସମସ୍ତ ପ୍ରବର୍ତ୍ତନ ସଂସ୍ଥାର ଅଧିକାରୀମାନେ ସାମିଲ ଥିଲେ।୨. ମୁଖ୍ୟ ନିର୍ବାଚନ କମିଶନର (CEC) ଶ୍ରୀ ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ସହିତ, ବିହାର ଏବଂ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି। ଅସ୍ତ୍ରଶସ୍ତ୍ର, ଅସାମାଜିକ ତତ୍ତ୍ୱ, ମଦ, ନିଶାଦ୍ରବ୍ୟ ଏବଂ ମାଗଣା ସାମଗ୍ରୀ ଯେମିତି ଆନ୍ତଃରାଜ୍ୟ ଏବଂ ନେପାଳ ସୀମା ଦେଇ ନଆସେ ତା ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।୩. ବୈଠକ ସମୟରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମୁକ୍ତ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଏବଂ ପ୍ରଲୋଭନମୁକ୍ତ ନିର୍ବାଚନ ପାଇଁ ଆୟୋଗର ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେବା ସହ ସମସ୍ତ ଅଂଶୀଦାରଙ୍କୁ ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ବଜାୟ ରଖିବା ପାଇଁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ କରିଛନ୍ତି।୪. ନିର୍ବାଚନ ଦିନ ଭୋଟରମାନଙ୍କ ପାଇଁ ସୁଖଦ ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ଆୟୋଗ ଭୋଟର-ସୁବିଧା ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ସମୀକ୍ଷା କରିଥିଲେ। ମୁଖ୍ୟ ସଚିବ ଏବଂ ଡିଜିପି, କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ମୁଖ୍ୟଙ୍କୁ, ବିହାର ବିଧାନସଭା, ୨୦୨୫ ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଏବଂ ପ୍ରଲୋଭନମୁକ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।୫. ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ଏବଂ ସଶସ୍ତ୍ର ସୀମା ବଳ (SSB) ର ଡିଜିଙ୍କୁ ଆନ୍ତଃରାଜ୍ୟ ପୋଷ୍ଟଗୁଡ଼ିକରେ ଯାଞ୍ଚ ବୃଦ୍ଧି କରି ବିହାର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।୬. ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ (NCB), ଆୟକର ବିଭାଗ, କେନ୍ଦ୍ରୀୟ ସାମଗ୍ରୀ ଏବଂ ସେବା କର (CGST) ଏବଂ ଡ଼ିଆରଆଇ (DRI)ସମେତ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ନିର୍ବାଚନ ପୂର୍ବର ପଦକ୍ଷେପକୁ ତୀବ୍ର କରିବା ସହିତ ଜବତ କାର୍ଯ୍ୟକୁ ମଧ୍ୟ ତୀବ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *