ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଗଣିଆ – ଗଣିଆରେ କାର୍ଯ୍ୟରତ ଏକମାତ୍ର ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା ଆଞ୍ଚଳିକ ସାମ୍ବାଦିକ ସଂଘର ଏକ ଜରୁରୀ କାଳୀନ ବୈଠକ ସ୍ଥାନୀୟ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ସରୋଜ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ସଂଘର ୧୪ ଜଣ ସ୍ଥାୟୀ ସଦସ୍ୟ ଉପସ୍ଥିତ ଥିଲେ । ପୁରାତନ କମିଟିର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । ସର୍ବସମ୍ମତିକ୍ରମେ ନୂତନ ସଭାପତି ଭାବେ ଦେବୀପ୍ରସାଦ ଦାଶଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ବ୍ରଜବନ୍ଧୁ ଦେହୁରୀ, ସମ୍ପାଦକ ସରୋଜ କୁମାର ଦାଶ,ସହ ସମ୍ପାଦକ ଆଲୋକ କୁମାର ସାହୁ, ଉପଦେଷ୍ଟା ଭାବେ ପଙ୍କଜ କୁମାର ସାହୁ, ଅଖିଳ ବିହାରୀ ପାଣିଗ୍ରାହୀ, ବ୍ରଜକିଶୋର ସାହୁ,ଚିତର°ଜନ ମିଶ୍ର ସଭ୍ୟ ଭାବେ ଅଜିତ କୁମାର ଦାଶ, ମନୋରଞ୍ଜନ ମଳିକ, ସଦାଶିବ ପାତ୍ର,ସୁବ୍ରତ କୁମାର ରାଉତ,ରମେଶ କୁମାର ମିଶ୍ର,ପ୍ରିୟବ୍ରତ ଷଡ଼ଙ୍ଗୀ, ବାବୁଲାଲ ମିଶ୍ର,ଜ୍ଞାନି ପ୍ରକାଶ ସେନାପତି ପ୍ରମୁଖ ମନୋନୀତ ହୋଇଥିଲେ । ନୂତନ ସଭାପତିଙ୍କୁ ସଂଘ ତରଫରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ସଦସ୍ୟ ସବୁବେଳେ ଖବରକୁ ଗୁରୁତ୍ବ ଦେବାକୁ ନୂତନ ସଭାପତି ଅନୁରୋଧ କରିବା ସହିତ ସଂଘର ସମସ୍ତ ନୀତିନିୟମକୁ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ସଂଘର ସ୍ଥାୟୀ ଗୃହ ନିର୍ମାଣ କରିବାକୁ ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ । ପୁରୀ ଠାରେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାକୁ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ନୂତନ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *