ସୁନେଇ ପ୍ରକଳ୍ପ ଶୀର୍ଷ କମିଟିର ନିର୍ବାଚନ ଅନୁଷ୍ଠିତ

ଉଦଳା ୨୮/୧୧ ( ) – ସୁନେଇ ଜଳସେଚନ ପ୍ରକଳ୍ପ ଶୀର୍ଷ କମିଟିର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । କାଳ ମଧ୍ୟମ ଜଳସେଚନ ପ୍ରକଳ୍ପ ଶୀର୍ଷ କମିଟି ଗୃହ ଠାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସୁନେଇ ଜଳସେଚନ ପ୍ରକଳ୍ପର ଆଡିସନାଲ ଏକଜ୍ୟୁକିଟିଭ ଇଞ୍ଜିନିୟର ଗଜେନ୍ଦ୍ର ନାୟକ ସହକାରୀ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହି ଏହି ନିର୍ବାଚନକୁ ତ୍ୱରାନ୍ୱିତ କରିଥିଲେ । ୬୦ ସଦସ୍ୟଙ୍କ ମଧ୍ୟରୁ ୩୫ ଜଣ ଉପସ୍ଥିତ ରହି ନିର୍ବାଚନରେ ଭାଗ ନେଇଥିଲେ । ଯାହାକି ୩୫ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ପରିଚାଳନା କମିଟିର ସଦସ୍ୟ ଭାବେ ମନୋନୀତ କରିଥିଲେ । ସେମାନଙ୍କ ମଧ୍ୟରୁ ସଭାପତି ଭାବେ ହେମନ୍ତ ବେହେରା, ସଂପାଦକ ବିରଞ୍ôଚ ନାରାୟଣ ପାତ୍ର, କୋଷାଧ୍ୟକ୍ଷ ପ୍ରଜ୍ଞାଶ୍ରୀ ମହାପାତ୍ରଙ୍କୁ ଚୟନ କରିଥିବା ବେଳେ ଅନ୍ୟ ୬ ଜଣ ନିର୍ବାଚିତ ପ୍ରତିନିଧି ଭାବେ ନୃସିଂହ କର, ମିନତୀ ଜେନା, ବିଶ୍ୱଜିତ୍ ବେହେରା, ରାଜେନ୍ଦ୍ର ବେହେରା, ମୀରା ପୃଷ୍ଟି, ସଂଘମିତ୍ର ସେଠୀଙ୍କୁ ଚୟନ କରାଯାଇଥିଲା । ସୁନେଇ ପ୍ରକଳ୍ପ ଶୀର୍ଷ କମିଟିର ଏହି ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ନିମନ୍ତେ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରିଜାଡିଂ ଅଫିସର ଭାବେ ସଞ୍ଜୟ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହିତ ଏହି ନିର୍ବାଚନ ପ୍ରକ୍ରିୟାକୁ ଶେଷ କରିବେ । ନିର୍ବାଚିତ ପ୍ରତିନିଧି ମାନେ ଆଗାମୀ ଦିନରେ ସୁନେଇ ପ୍ରକଳ୍ପରେ କିପରି ଚାଷୀମାନେ ଅଧିକ ଉପକାର ପାଇପାରିବେ ଏବଂ ଚାଷୀମାନଙ୍କ ଜମିକୁ ସଠିକ୍ ଭାବେ ସୁନେଇ ପ୍ରକଳ୍ପରୁ ପାଣି ଯୋଗାଇ ଦିଆଯାଇପାରିବ ତାହା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *