ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଜାଣିଶୁଣି ଛାତ୍ର ଛାତ୍ରୀ ମାନଙ୍କ ଜୀବନକୁ ବାଜି ରେ ଲଗାଉଛନ୍ତି
ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଜାଣିଶୁଣି ଛାତ୍ର ଛାତ୍ରୀ ମାନଙ୍କ ଜୀବନକୁ ବାଜି ରେ ଲଗାଉଛନ୍ତି ।
ଗଣିଆ – ବିଦ୍ୟୁତ୍ ସର୍ଟ ସର୍କିଟରେ ଚାଲି ଯାଉଛି ଅନେକ ଜୀବନ । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ତରଫରୁ ଅନେକ ସଚେତନତା ସୃଷ୍ଟି କରାଯାଉଛି । ଛକ ବଜାର ପରିସରରେ ମାଳ ମାଳ ହୋଡି° ପୋଷ୍ଟର ମାରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ପ୍ରକୃତରେ ବିଭାଗୀୟ ଅଧିକାରୀ କେତେ ତତ୍ପର ତାହା ନିଜ ଆଖିରେ ଦେଖିଲେ ବିଶ୍ବାସ କରିହେବ । ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତର କାଳିଆପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଦିନ ହେବ ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର । କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ଜୀବନ ବାଜିରେ ଲାଗିଛି । ସ୍କୁଲ ପରିସରରେ ଥିବା ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯଦି କୈାଣସି ଛାତ୍ର ଛାତ୍ରୀ ମାନଙ୍କର କିଛି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ଆଉ ଗୋଟିଏ କଥା ଉକ୍ତ ଟ୍ରାନ୍ସଫର୍ମର ଉପରେ ଅନାବନା ଗଛଲତା ସବୁ ମାଡ଼ି ଯାଇଛି । ଦୀର୍ଘଦିନ ହେବ ଏହାର ପରିସର ସଫାସୁତୁରା କରାଯାଇ ନାହିଁ । ଗଛଲତା ମାଡ଼ି ଯାଇଥିବାରୁ ସଟସର୍କିଟ ହେବା ସୁନିଶ୍ଚିତ ଏଥିରେ ସନ୍ଦେହ ନାହିଁ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ନା ଏହାର ଚାରି ପାର୍ଶ୍ୱ ସଫାସୁତୁରା ହେଉଛି ନା ତାରବାଡ ଦିଆ ହେଉଛି । ବିଭାଗୀୟ ଅଧିକାରୀ ଜାଣିଶୁଣି ଛାତ୍ର ଛାତ୍ରୀ ମାନଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି ବୋଲି ଆଲୋଚନା ହେଉଛି । ତେବେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
ଜ୍ଞାନୀ ପ୍ରକାଶ ସେନାପତି ଗଣିଆ, ନୟାଗଡ଼
