ହାତୀ ଙ୍କ ଉପଦ୍ରଵ,ଏକର ଏକର ଧାନ ଜମି କଲେ ନଷ୍ଟ

ରାଇକିଆ, ତା 8/12/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଭାବେ ରଣବା ପଞ୍ଚାୟତ ର ଭିତର ଯୋଡି ଗ୍ରାମର ସୂର୍ଯ୍ୟ ନାୟକ ଓ ଭିକାରି ନାୟକ ଙ୍କ ସହିତ ପୂଟୁକୁମା ଗ୍ରାମ ର ଭିକାରୀ ମଲ୍ଲିକ ,ସନ୍ତୋଷ ମଲ୍ଲିକ,ମାଗି ମଲ୍ଲିକ ଙ୍କ ଧାନ ଗଦା କୁ ଖାଇବା ସହିତ ଜମି ରେ ଥିବା ଧାନ ନଷ୍ଟ କରିଥିବା ଦେଖିବାକୁ ମିଳିଛି l ସୂଚନା ମୁତାବିକ କିଛି ଦିନ ହେଲା ଛଅ ରୁ ଆଠ ଟିକିଆ ହାତୀପଲ ରନବା ପଞ୍ଚାୟତ ରେ ରହୁଥିବା ଦେଖିବାକୁ ମିଳିଥିଲା l

ଗତ ରାତିରେ ହାତୀପଲ ହଠାତ୍ ଧାନ ବିଲ ରେ ପଶି ଧାନଗଦା ଖାଇବା ଶହ ବିଲରେ ଥିବା ଧାନ ନଷ୍ଟ କରିଛନ୍ତି l ଖବର ପାଇ ବନ ବିଭାଗ ର ଟିମ ଘଟଣା ସ୍ଥଳରେ ପହଁଚି ତଦାରଖ କରିବା ସହିତ ସରକାରୀ ସ୍ତର ରେ ଯାହା ବ୍ୟବସ୍ଥା ଅଛି ତାହା ଅତିଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *