ହାତୀ ଉପଦ୍ରଵ ଘର ଭାଙ୍ଗିବା ସହିତ ଆସବାବ ପତ୍ର ନଷ୍ଟ ।

ରାଇକିଆ, ତା 9/7/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଗ୍ରାମ ପଞ୍ଚାୟତ ରେ କିଛି ଦିନ ହେଲା ହାତୀ ଉପଦ୍ରଵ ଦିନ କୁ ଦିନ ବଢ଼ିବାରେ ଲାଗିଛି। ରାଇକିଆ ବ୍ଲକ ରଣଵା ପଞ୍ଚାୟତ ର ବରଦଳୀ ଗ୍ରାମର ସନ୍ତୋଷ ସେଠି ଓ ବାସନ୍ତୀ ବେହେରାଙ୍କ ଘର ଭାଙ୍ଗିବା ସହିତ ନଡ଼ିଆ ଗଛ ନଷ୍ଟ କରିଥିବା ଦେଖିବାକୁ ମିଳିଛି lକିଛି ଦିନ ହେବ ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ୧୦ରୁ ୧୫ ଟିକିଆ ହାତୀପଲଙ୍କ ଉତ୍ପାତ, ଉପଦ୍ରବ କମିବାର ନାଁ ଧରୁନାହିଁ।ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳ ବାର ଦିନ ପୁଣି ମଧ୍ୟ ରାତ୍ରୀରେ ବରଦଳୀ ଗ୍ରାମରେ ହାତୀପଲ ପଶି ସନ୍ତୋଷ ସେଠି ଓ ବାସନ୍ତୀ ବେହେରା ଙ୍କ ଘର ଭାଙ୍ଗିବା ସହିତ ଆସବାସ ପତ୍ର, ନଷ୍ଟ କରିଦେଇଛି।

ଏନେଇ ପରିବାର ଲୋକେ, ଗ୍ରାମବାସୀ ଆତଙ୍କିତ ହୋଇ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗ୍ରାମବାସୀ ପ୍ରଶାସନଙ୍କୁ କ୍ଷତିପୂରଣ ବାବଦକୁ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି। ବନ ଭିଭାଗ କର୍ମଚାରି ଓ ସ୍ଥାନୀୟ ସରପଞ୍ଚ ବନିତା କୁମାରୀ ମଳିକ ଘଟଣା ସ୍ଥଳ ରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ସରକାରୀ ସ୍ତର ରେ ଯାହା ବ୍ୟବସ୍ଥା ଅଛି ପ୍ରଦାନ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *