ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ ରେ ହାତୀ ପାଚେରୀ ଭାଙ୍ଗି ଲଗାଯାଇଥିବା ଚାରା ଗୁଡିକ ନଷ୍ଟ କରିଦେଇଛି।

ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ ରେ ହାତୀ ପାଚେରୀ ଭାଙ୍ଗି ଲଗାଯାଇଥିବା ଚାରା ଗୁଡିକ ନଷ୍ଟ କରିଦେଇଛି।ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ବନାଞ୍ଚଳ ଅଧିନ ଦିଗାମ୍ବରପୁର ଗ୍ରାମ ପଞ୍ଚାୟତ ର ନୂଆଗଡ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ ରେ‌ ଜୁଲାଇ ମାସ ସତର ତାରିଖ ରାତିରେ ଗୋଟିଏ ବଣୁଆ ହାତୀ ପଶି ପୂର୍ବ ଦିଗ ପାଚେରୀ କୁ ଭାଙ୍ଗି ଲଗାଯାଇଥିବା ଚାରା ଗୁଡିକ ଖାଇ ଦଳି ନଷ୍ଟ କରିଦେଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ପାଣି ଓ ପରିବେଶ କ୍ଲବ ର ମାର୍ଗଦର୍ଶକ ଅଭୟ କୁମାର ଶତପଥି କ୍ଷତିପୂରଣ ମିଳିବା ନିମନ୍ତେ ଷଡ଼ଙ୍ଗୀ ବନାଞ୍ଚଳ ଅଧିକାରୀ ଙ୍କ ନିକଟରେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *