ହାତୀ ଙ୍କ ଉପଦ୍ରଵ ,ଜନ ଜୀବନ ଅସ୍ତବ୍ୟସ୍ତ।

ରାଇକିଆ : କନ୍ଧମାଳ ଜିଲାରେ କିଛି ଦିନ ହେଲା ହାତୀ ଉପଦ୍ରଵ ଲାଗିରହିଛି l କେଉଁଠି ଘର ଭାଙ୍ଗୁଛି ତ କେଁଉଠି ଫସଲ ନଷ୍ଟ କରୁଛି ତ କେଉଁଠି ମଣିଷ କୁ ଜୀବନ ରେ ମାରିଦେଉଛି l ଆଜି ପୁଣି ହାତୀ ଆତଙ୍କ ରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣଵା ପଞ୍ଚାୟତ ରେ କିଛି ଲୋକଙ୍କ ଧାନ ଫସଲ ନଷ୍ଟ କରିବା ସହିତ ଏକର ଏକର ଜମି ରେ ଚାଷ ହୋଇଥିବା ମକା, ମାଣ୍ଡିଆ ଗଛ ନଷ୍ଟ କରିଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାଇ ବୁଧବାର ରାତ୍ରି ସମୟ ରେ ପ୍ରାୟ 26 ରୁ 30 ଗୋଟି ହାତୀ ପଞ୍ଚୁ ଗୌଡ଼, ସତ୍ୟ ପ୍ରଧାନ ,ସୁରେନ୍ଦ୍ର ଗୌଡ଼, ବିଜୟ ଗୌଡ଼ ,କବି ଗୌଡ଼, ବସନ୍ତ ଗୌଡ଼, ଜିତୁ ଗୌଡ଼ ଓ ରାଜୀବ ଲୋଚନ ପ୍ରଧାନ ଙ୍କ କ୍ଷେତ ମଧ୍ୟ ରେ ପ୍ରବେଶ କରି ଧାନ ଓ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି l

କିଛି ଦିନ ହେବ ରଣବା ପଞ୍ଚାୟତରେ 25 ରୁ 30ଟକିଆ ହାତୀପଲ ଆତଙ୍କ ଦିନ କୁ ଦିନ ବଢ଼ିବାରେ ଲାଗିଥିବା ସମୟ ରେ କମିବାର ନାଁ ଧରୁନି। ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗ୍ରାମବାସୀ ପ୍ରଶାସନଙ୍କୁ କ୍ଷତିପୂରଣ ବାବଦକୁ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି। ଏନେଇ ବନ ଭିଭାଗ ଅଧିକାରୀ ଅଜିତ ପ୍ରଧାନ ଙ୍କ ସହିତ ବନ କର୍ମଚାରି ଓ ସ୍ଥାନୀୟ ସରପଞ୍ଚ ବନିତା କୁମାରୀ ମଳିକ ଘଟଣା ସ୍ଥଳ ରେ ପହଞ୍ଚି ଲୋକ ଙ୍କ ଦୁଃଖ ବୁଝିବା ସହିତ ସରକାର ଙ୍କ ତରଫ ରୁ ଯାହା ବ୍ୟବସ୍ଥା ଅଛି ତାହା ଅତି ଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *