ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ
ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ। ……………………. ରଘୁନାଥପୁର ତା ୩୧:୮:୨୫ରିଖ:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଞ୍ଚଳର ୧୯ଗୋଟି ପଞ୍ଚାୟତ ର୬୫ବର୍ଷ ରୁ୭୦ବର୍ଷର ଯୋଗ୍ୟ ହିତାଧିକାରୀ ଦୀର୍ଘ ୫ ବର୍ଷ ହେବ ଭତ୍ତା ପାଇବାକୁ ଆବେଦନ କରିଥିଲେ ସୁଦ୍ଧା ଏ ଯାବତ୍ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।ଏକ ବର୍ଷ ରୁ ଉର୍ଦ୍ଧ ହେବ ନୁଆ ସରକାର ଆସିଥିଲେ ବି ନୂଆ ଭତ୍ତା ସହାୟତା ରାଶି ପାଇ କୋୖଣସି ଯୋଜନା ନାହିଁ। ସ୍ବାମୀ ମୃତ୍ୟୁ ଜନିତ ବିଧବା, ଭିନ୍ନକ୍ଷମ କୁ ଅଗ୍ରାଧିକାର ଦିଆଯାଇଛି, ମାତ୍ର ସାଧାରଣ ବର୍ଗର ୬୦ ବର୍ଷ ରୁ ଉର୍ଦ୍ଧ ହିତାଧିକାରୀ ବଞ୍ଚିତ ହେଉଛନ୍ତି। ଏପରି ସ୍ଥଳେ ମଧ୍ୟ ଏହି ୧୯ ଗୋଟି ପଞ୍ଚାୟତର ବହୁ ଅଯୋଗ୍ୟ ହିତାଧୀକାରୀ ଯିଏକି ପେନସନ ଭୋଗୀ, ଆୟକର ଦେଉଥିବା ପରିବାର ବ୍ୟକ୍ତିଓ ସରକାରୀ ଚାକିରୀ କରିଥିବା ସ୍ବଛଳ ପରିବାର ସଦସ୍ୟମାନେ ଦୀର୍ଘ ବର୍ଷ ଧରି ଭତ୍ତା ପାଇଚାଲିଛନ୍ତି, ଯାହାକି ସରକାର ଙ୍କ ଯୋଗ୍ୟ ହିତାଧିକାରୀ ଭିତରେ ଆସୁନାହିଁ। ପରନ୍ତୁ ଯୋଗ୍ୟ ହିତାଧିକାରୀ ମାନେ ହକ୍ ଭତ୍ତା ପାଇବାରୁ ବଞ୍ଚିତ ହୋଇ ବହୁ ଦୁଃଖ କଷ୍ଟ ରେ କାଳତିପାତ କରୁଛନ୍ତି। ବିଭାଗୀୟ ଅଧିକାରୀ ଙ୍କୁ ଏ ସଂପର୍କରେ କହି ଆସୁଥିଲେ ସୁଦ୍ଧା କେହି ବିଦ୍ଦିବଦ୍ଦ ତଦନ୍ତ କରୁନାହାନ୍ତି। ମାନ୍ୟବର ଜିଲ୍ଲାପାଳ ଏହା ଉପରେ ଦୃଷ୍ଟିପାତ କରି ଠିକ୍ ଭାବରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଅଯୋଗ୍ୟ ମାନେ ବାଦ୍ ପଡିଯାନ୍ତେ ଓ ଯୋଗ୍ୟ ହିତାଧିକାରୀ ମାନେ ସେମାନଙ୍କର ହକ୍ ପ୍ରାପ୍ୟ ପାଇ ପାରନ୍ତେ ବୋଲି ଏହି ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କର ମତାମତ।
