ବଡ ବାରବା ପଂଚାୟତ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ।
ରାଇକିଆ,ତା୧୭/୧୨/୨୫- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବଡବାରବା ପଂଚାୟତ ପରିସରରେ ଦ୍ୱତୀୟ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି।ଆଜିରଏହି ଶିବିର ରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ସବ୍ୟସାଚୀ ସାହୁ ଯୋଗଦେଇ ଭୀମଭୋଇ ଙ୍କ ପ୍ରତିଛବି ରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଚାରି ଗୋଟି ପଞ୍ଚାୟତ ରୁ ସର୍ବମୋଟ ୧୫୮ ଜଣ ଭିନ୍ନକ୍ଷମ ବ୍ୟକ୍ତି ନିଜ ନିଜ ର ନାମ ପଞ୍ଜିକରଣ କରିଥିବା ବେଳେ ଅସ୍ଥିଶଲ୍ୟ ବିଭାଗ ରୁ 58 ଜଣଙ୍କୁ, ଶ୍ରବଣ ବିଭାଗ ରୁ 22 ଜଣଙ୍କୁ,ଦୃଷ୍ଟିହୀନ ବିଭାଗ ରୁ 19ଜଣଙ୍କୁ, ଓ ଅନ୍ୟାନ୍ୟ ସମ୍ବନ୍ଧୀୟ ବିଭାଗ ରୁ 23ଜଣଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ତତ୍ ସହିତ ୩୬ ଜଣ ବ୍ୟକ୍ତି ଙ୍କ ର ନାକଚ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ କାର୍ଯ୍ୟାଳୟ ଅଧିକାରୀ ଅକ୍ଷୟ କୁମାର ପଣ୍ଡା,ଜିଲା ସ୍ବାସ୍ଥ୍ୟ ଅଧିକାରୀ,ବି.ଏସ୍.ଏସ୍.ଓ. ଶ୍ରୀ ରାମକୃଷ୍ଣ ବେହେରା,ବଡ଼ ବାର୍ବା ସରପଞ୍ଚ ରବିଚନ୍ଦ୍ର ନାୟକ, କରଡା ସରପଞ୍ଚ ସାନୁଜ ପ୍ରଧାନ,ରଣବା ପଞ୍ଚାୟତ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପଣ୍ଡା,ମୀନକେତନ ପ୍ରଧାନ,ବାଦଲ ଦିଗାଲ ଙ୍କ ସହିତ ରାଇକିଆ ବ୍ଲକ ଓ ପଞ୍ଚାୟତ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ.।
