ଗୋଚର ଜମି ଜବରଦଖଲ

ଗୋଚର ଜମି ଜବରଦଖଲ କରି ସରକାରୀ ପ୍ରକଳ୍ପ ପାଇଁ ମସୁଧା, ସଂକଟରେ ଗୋସମ୍ପଦ, ଜୀବିକା ହରାଇବେ ୨୦୦ରୁ ଊର୍ଦ୍ଧ୍ବ ଗୋଚାଷୀ, ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି କଲେ ବରିମୁଣ୍ଡ ଗ୍ରାମବାସୀ ।ଗୋପ,୧୩.୧୧- ଗୋପ ବ୍ଲକ ଅଧିନସ୍ଥ ବଉଲାଙ୍ଗ ଗ୍ରାମ ପଞ୍ଚାୟତର ବରିମୁଣ୍ଡ ଗ୍ରାମରେ ମୁଷ୍ଟିମେୟ ଗୋଷ୍ଠୀ ସରକାରୀ ପ୍ରକଳ୍ପ ବାହାନାରେ ଗୋଚର ଜମି ଜବରଦଖଲ କରିବା ଯୋଗୁଁ ଗ୍ରାମର ଗୋସମ୍ପଦ ପ୍ରତି ସଂକଟ ସୃଷ୍ଟି କରିଥିଲା ବେଳେ ୨୦୦ରୁ ଊର୍ଦ୍ଧ୍ବ ଗୋଚାଷୀ ଜୀବନ ଜୀବିକା ପ୍ରଭାବିତ ହେବା ଭଳି ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ଯେ ଗୋପ ବ୍ଲକ ଅଧିନସ୍ଥ ବଉଲାଙ୍ଗ ଗ୍ରାମ ପଞ୍ଚାୟତର ବରିମୁଣ୍ଡ ଗ୍ରାମରେ ୨୦୦ରୁ ଊର୍ଦ୍ଧ୍ବ ପରିବାର ୧୨୦୦ରୁ ଉର୍ଦ୍ଧ୍ବ ଗୋପାଳନ କରି ଜୀବନ ଯାପନ କରୁଥିବା ବେଳେ ମୁଷ୍ଟିମେୟ ଗୋଷ୍ଠୀ ସରକାରୀ ପ୍ରକଳ୍ପ ବାହାନାରେ ଗୋଚାରଣ ଭୂମିକୁ ଜବରଦଖଲ କରିବା ଯୋଗୁଁ ଗାଈଗୋରୁ ମାନଙ୍କୁ ଘାସ ମିଳୁ ନ ଥିଲା ବେଳେ ସେମାନଙ୍କ ଖାଦ୍ୟ ସଂକଟ ଉଗ୍ରରୂପ ଧାରଣ କରିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ଗୋଖାଦ୍ୟ ମୂଲ୍ୟ ବୃଦ୍ଧି ପାଇ ଥିବାରୁ ଏହି ଚାରଣ ଭୂମି ଜବରଦଖଲ ପରେ ଗାଈଗୋରୁ ମାନେ ଖାଦ୍ୟ ନ ପାଇବା ଯୋଗୁଁ ଘାସ ନ ପାଇ ଗୋଚାଷୀ ମାନଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବଉଲାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବରିମୁଣ୍ଡ ରାଜସ୍ବ ନିରୀକ୍ଷକ ସର୍କଲ ଅଧିନରେ ଥିବା ବରିମୁଣ୍ଡ ଗ୍ରାମର ଖାତାନଂ – ୩୩୦, ପ୍ଲଟନଂ-୬୪ ,୬୫ ଓ ୫୯ ରେ ରହିଥିବା ଗୋଚର ଜମିକୁ କିଛି ମୁଷ୍ଟିମେୟ ଗୋଷ୍ଠୀ ସରକାରୀ ପ୍ରକଳ୍ପ ବାହାନାରେ ଗୋଚର ଜମି ଜବରଦଖଲ କରିବା ଯୋଗୁଁ ସଂକଟ ମଧ୍ୟରେ ଗୋସମ୍ପଦ ରହିଥିବା ଦେଖିବାକୁ ମିଳିଛି। ଗୋଚର ଜମି ଜବରଦଖଲ ସମାସ୍ୟା ଯୋଗୁଁ ଖାଦ୍ୟ ନ ପାଇ ଗାଈଗୋରୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗୋପାଳନ କରି ପରିବାର ପ୍ରତିପୋଷଣ କରୁଥିବା ୨୦୦ରୁ ଊର୍ଦ୍ଧ୍ବ ଗୋଚାଷୀ ମାନଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହେବା ସହ ଗୋଚାଷୀ ଆତ୍ମହତ୍ୟା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଗୋଚାଷୀ ମହଲରେ ଆଲୋଚନା ହେଉଛି। ବରିମୁଣ୍ଡ ଗ୍ରାମରେ ଗୋଚର ଜମି ଜବରଦଖଲ ଉଚ୍ଛେଦ କରି ଗୋସମ୍ପଦ ସୁରକ୍ଷା ପାଇଁ ଥିବା ଗୋଚର ଜମି ସଂରକ୍ଷିତ ରଖିବାକୁ ବରିମୁଣ୍ଡ ଗ୍ରାମର ଦିବ୍ୟ ସିଂହ ସ୍ବାଇଁ, କମଳ କାନ୍ତ ବେହୁରା, କେଦାର ଚନ୍ଦ୍ର ପ୍ରଧାନ, ସୂର୍ଯ୍ୟକାନ୍ତ ସ୍ବାଇଁ, ଅଶୋକ ବେହେରା ଓ ଅଜୟ କୁମାର ସ୍ବାଇଁଙ୍କ ସମେତ ଶତାଧିକ ବ୍ୟକ୍ତି ଗୋପ ତହସିଲଦାର, ଗୋପ ବିଡ଼ିଓ ଓ ଗୋପ ଥାନା ଅଧିକାରୀ ପ୍ରମୁଖଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ କରା ନ ଗଲେ ଗୋସମ୍ପଦର ସୁରକ୍ଷା ପାଇଁ ଶତାଧିକ ଗୋଚାଷୀ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *