ସରିଲା ନବୋଦୟ ପ୍ରବେଶିକା ପରୀକ୍ଷା ୨୦୨୬
ସରିଲା ନବୋଦୟ ପ୍ରବେଶିକା ପରୀକ୍ଷା ୨୦୨୬ ।
ଗଣିଆ-କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବାହର ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ଆୟୋଜିତ ପ୍ରବେଶିକା ପରୀକ୍ଷା ଆଜି ସ୍ଥାନୀୟ ପି ଏମ୍ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରେ ଅତ୍ୟନ୍ତ ଶାନ୍ତିଶୃଙ୍ଖଳା ପୂର୍ବକ ସମ୍ପନ୍ନ ହୋଇଯାଇଛି। ମୋଟ ୧୭୮ ଜଣ ପରୀକ୍ଷାର୍ଥୀ ଅନଲାଇନ ଆବେଦନ କରିଥିବାବେଳେ ସେଥିମଧ୍ୟରୁ ୧୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉପସ୍ଥିତ ଥିଲେ।
ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ପାଠ୍ୟକ୍ରମ ଆଧାରରେ ପରିଚାଳିତ ଏହି ପରୀକ୍ଷା କେନ୍ଦ୍ର ସକାଳ ୧୧:୩୦ ରେ ଆରମ୍ଭ ହୋଇଥିଲା। ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ତଥା ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ସୂଚନା ଦେଇଛନ୍ତି ଯେ, ପରୀକ୍ଷା ପରିବେଶ ଅତ୍ୟନ୍ତ ସୁରମ୍ୟ ଥିଲା ଏବଂ କୌଣସି ପ୍ରକାର ଅନିୟମିତତା ଦେଖାଯାଇନଥିଲା।
ପରୀକ୍ଷା ପରିଚାଳନାରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସେମାନଙ୍କର କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରିଥିଲେ। ଅନୁପସ୍ଥିତ ୨୯ଜଣ ଛାତ୍ରଛାତ୍ରୀଙ୍କ କାରଣ ଅସ୍ପଷ୍ଟ ରହିଛି। ପରୀକ୍ଷା ଫଳାଫଳ ଖୁବ୍ ଶୀଘ୍ର ନବୋଦୟ ବିଦ୍ୟାଳୟ ସମିତିର ଅଫିସିଆଲ୍ ୱେବସାଇଟ୍ navodaya.gov.in ରେ ପ୍ରକାଶ ପାଇବ।
ଏହି ପରୀକ୍ଷା ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀମାନେ ଜବାହର ନବୋଦୟ ବିଦ୍ୟାଳୟରେ ଉତ୍ତମ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ। ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
