ଭଦ୍ରକ ପୌରାଧ୍ୟକ୍ଷା ଙ୍କ ଶକ୍ତି ପ୍ରଦର୍ଶନ
ବିଜେଡିରେ ଯୋଗ ଦେବା ପରେ ଭଦ୍ରକ ର ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ ଶକ୍ତି ପ୍ରଦର୍ଶନ କରିଛନ୍ତି | ଗୁଲମକ୍କୀ ଙ୍କ ସମେତ ୨ହଜାର ସମର୍ଥକ ବିଜେଡି ପାଟି ଅଫିସ ରେ ଯୋଗଦେଇଛନ୍ତି | ୧୦ ଦିନ ତଳେ ସେ ଭୂବନେଶ୍ବର ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ରେ ଶଙ୍ଖ ପତାକା ଧରିଥିଲେ ପରେ ଆସି ପୁରୁଣାବଜାର ଅଞ୍ଚଳର ନିଜ ସଂଗଠନ ସହ କାର୍ଯ୍ୟା କରୁଥିଲେ | ଆଜି ବିଧିବଦ୍ଧ ଭାବରେ ନିଜ ସମର୍ଥକଙ୍କୁ ଧରି ବିଜେଡି ପାଟି କାର୍ଯ୍ୟଳୟ କୁ ଯାଇଛନ୍ତି |ପ୍ରଥମେ ସମର୍ଥକଙ୍କୁ ଧରି ବାଇକ ଶୋଭାଯାତ୍ରା କରି ନୂଆ ବସଷ୍ଟାଣ୍ଡ ରେ ପହଞ୍ଚି ଥିଲେ ସେଠାରେ ଚାଲି ଚାଲି ପୌରାଧ୍ୟକ୍ଷା ଓ ତାଙ୍କ ପ୍ରତିନିଧି ଜାହିଦ ହବିବ ଙ୍କ ନେତୃତ୍ବ ରେ ବିଶାଳ ରାଲି ଜାତୀୟ ରାଜପଥ କଡ ପାଟି କାର୍ଯ୍ୟାଳୟରେ ପହଞ୍ଚିଥିଲା | ପାଟି ଅଫିସ ରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଉପସ୍ଥିତ ରହି ପୌରାଧ୍ୟକ୍ଷା ଓ ତାଙ୍କ ସମର୍ଥକ ଙ୍କୁ ସ୍ବାଗତ କରିଥିଲେ |ସ୍ବାଧୀନ ଭାବରେ ଲଢି ପୌରାଧ୍ୟକ୍ଷା ଜିତିବା ପରେ ସମଦୂରତା ରକ୍ଷା କରି କାଯ୍ୟ କରୁଥିଲେ | ୨ ବର୍ଷ ର ଅନ୍ତରାଳ ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି,
