ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ: ଗୁରୁକୁଳର ମାହୋଲ ସାଙ୍ଗକୁ ଶିଶୁ ବାଟିକାର ଶୁଭାରମ୍ଭ
ଫୁଲବାଣୀ:ନିପ୍ର:-୦୨/୦୪ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବୁଧବାର ବିଦ୍ୟାଳୟ ଗୁଡିକରେ ଶିଶୁ ବାଟିକା ର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଶିଶୁମାନଙ୍କୁ ନେଇ ପ୍ରବେଶ ଉତ୍ସବ କରାଯିବା ସହ ସେମାନଙ୍କୁ ନୂଆ କଳା ପଟା ସହ ଖଡ଼ି,ପାଠ୍ୟ ପୁସ୍ତକ ଦିଆଯାଇଥିଲା ଏହି ଅବସରରେ ସରସ୍ବତୀ ଓ ଗଣେଶ ପୂଜା ଢାଞ୍ଚାରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇ ଶିଶୁମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଆବଶ୍ୟକ ଉତ୍ସାହ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକମାନେ ଶିଶୁ ମାନଙ୍କୁ ଯେଉଁ ଭଳି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ଛୋଟ ଶିଶୁଙ୍କ ମଧ୍ୟରେ ଯେଉଁ ଭଳି ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଥିଲା ସେହି ସମୟରେ ବିଦ୍ୟାଳୟ ପରିସର ମଧ୍ୟରେ ଏକ ପ୍ରକାର ଗୁରୁକୁଳର ପରିବେଶ ସୃଷ୍ଟି ହୋଇଥିଲା। ଗୁରୁକୁଳରେ ଯେଉଁଭଳି ଗୁରୁ ଶିଷ୍ୟର ଭାବ ଆଦାନ ପ୍ରଦାନ ହୁଏ ଠିକ ସେହିପରି ଏହି ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବରେ ପରିବେଶ ସୃଷ୍ଟି ହୋଇଥିଲା।ଏହି ଅବସରରେ କନ୍ଧମାଳ ଜିଲ୍ଲାର ପ୍ରତୀ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ଶିକ୍ଷା ସଚେତନ ରଥର ଉଦ୍ଘାଟନ କରାଯାଇଛି ଜିଲ୍ଲାର ସମସ୍ତ ବିଇଓ ଆନୁଷ୍ଠାନିକ ଭବେ ଉଦଘାଟନ କରିଛନ୍ତି। ସେହିପରି ଖଜୁରୀପଡ଼ା ବ୍ଲକ ବିଇଓ ବିନୋଦ ବିହାରୀ ଦିଗାଲ ନିଜ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ଏବିଇଓ ନାରୁସୁ କହଁର, ଜ୍ୟୋତ୍ସ୍ନାରାଣୀ ମଲିକ,ଆରତୀ ଦେବୀ,ସି.ଆର.ସି.ସି ଜଗଦୀଶ ପ୍ରଧାନ,ନୀଳାଦ୍ରି ପ୍ରଧାନ ଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀ କିଶୋର ଚନ୍ଦ୍ର ଘଟାଲ ପ୍ରମୁଖ ଉପସ୍ଥିତ ଥିଲେ।ସମସ୍ତ ୧୪ଟି ପଞ୍ଚାୟତର ହେଡକ୍ୱାଟର ବିଦ୍ୟାଳୟରେ ଆସନ୍ତା ୫ ପର୍ଯ୍ୟନ୍ତ ବୁଲି ଏହି ରଥ ସଚେତନ କରିବ। ସେହିଭଳି ସୁଡ୍ରେଜୁ କ୍ଲଷ୍ଟରର ଲାମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେଏହି ଉତ୍ସବ ବଡ ଧୁମ ଧାମ ରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚତୁର୍ଭୁଜ ମଲିକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ସହକାରୀ ଶିକ୍ଷକ ବୈଦ୍ୟନାଥ ପାଟଯୋଶୀ,ସୁକାନ୍ତ କୁମାର ସାହୁ, ରୋହିତ କୁମାର ବେହେରା, ଶିକ୍ଷୟିତ୍ରୀ ଉର୍ମିଳା ବେହେରା, ଋତୁପର୍ଣ୍ଣା ରଥଙ୍କ ସମେତ ମେଟ୍ରୋନ ଓ ଅନ୍ୟ ସମସ୍ତ କର୍ମଚାରୀ ଏବଂ ଶିଶୁ ମାନଙ୍କ ଅଭିଭାବକ ଉପସ୍ଥିତ ରହି ଏହି ଉତ୍ସବ କୁ ଗୌରବାନୱିତ କରିଥିଲେ।
