ସ୍ଥାନୀୟ ଅଂଚଳରେ ପାରିପାର୍ଶ୍ଵିକ ଉନ୍ନତି ଓ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ

ସ୍ଥାନୀୟ ଅଂଚଳରେ ପାରିପାର୍ଶ୍ଵିକ ଉନ୍ନତି ଓ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ପାଇଁ ଜେଏସଡବ୍ଲୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।(ଏବେ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱାରୋପ)(ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ)ପାରାଦୀପ : ପାରାଦୀପରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ର ବିକାଶ ମୂଳକ ପଦକ୍ଷେପ ପ୍ରକଳ୍ପ-ସ୍ଥାପନ କାର୍ଯ୍ୟ ପୂର୍ବରୁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି।ସାମୁହିକ ଅଂଶ ଗ୍ରହଣ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ କୃଷି,ସ୍ୱାସ୍ଥ୍ୟ, ଆଲୋକୀକରଣ, ଓ ଗ୍ରାମଞ୍ଚଳରେ ରେ ଆତ୍ମନିର୍ଭାରଶୀଳ ହେବା ପାଇଁ ସାର୍ବଜନୀନ ସ୍ଥାନ ଗୁଡ଼ିକରେ ଜେଏସଡବ୍ଲ୍ୟୁ ପହଞ୍ଚିଛି ପାରିଛି। ଏବେ ସ୍ଥାନୀୟ ଯୁବକ ଯୁବତୀ ବିଶେଷ କରି ଢିଙ୍କିଆ,ନୂଆଗାଁ ଓ ଗଡ କୁଜଙ୍ଗ ଅଞ୍ଚଳ ର ବୈଷୟିକ ବିଭାଗ ର ଡିଗ୍ରୀ, ଡିପ୍ଲୋମା ଏଵଂ ଆଇଟିଆଇ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏ ନେଇ ୩ ସହ ଯୁବକ ଯୁବତୀଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରାଯାଇଛି। ସେହି ଆବେଦନ ପତ୍ର କୁ ସ୍କ୍ରୁଟିନ କରାଯାଇ ନିଯୁକ୍ତି ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି। ସେମାନଙ୍କ ମଧ୍ୟରେ ଲିଖିତ ପରୀକ୍ଷା କରାଯାଇଛି। ସ୍ଥାନୀୟ ନିଯୁକ୍ତିକୁ ଉପରେ ଗୁରୁତ୍ୱାରୋପ କରି ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପକ୍ଷରୁ ଚଳିତ ମାସ ୨୩ ରେ ପ୍ରଥମ ପର୍ଯ୍ୟାୟ ରେ ସାକ୍ଷାତ କାର ପରୀକ୍ଷା ଆରମ୍ଭ ହୋଇଛି। ଏହା ପର୍ଯ୍ୟାୟ କ୍ରମେ ଚାଲିବ। ଆଗକୁ ଅଣ ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଥିବା ଯୁବକ ଯୁବତୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ନିଯୁକ୍ତି ଯୋଗାଇ ଦିଆଯିବ। ଏ ନେଇ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକାଶ ଥାଉ କି ଏ ନେଇ ଏକ ନିଯୁକ୍ତି ଶିବିର ଗତ ଡିସେମ୍ବର ୮ ତାରିଖ ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ମାସ ୬ ତାରିଖ ରେ ଆବେଦନ କରିଥିବା ବୈଷୟିକ ବିଭାଗ ର ଡିଗ୍ରୀ, ଡିପ୍ଲୋମା ଏଵଂ ଆଇଟିଆଇ ହାସଲ କରିଥିବା ଯୁବକ ଯୁବତୀ ମାନେ ଲିଖିତ ପରୀକ୍ଷା ଦେଇଥିଲେ।ସେହିପରି ସ୍ଥାନୀୟ ଅଞ୍ଚଳ ର ପାରିପାର୍ଶ୍ବିକ ଉନ୍ନତି ଓ ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟକ୍ରମ ପାଇଁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପକ୍ଷରୁ ୧୨୦୦ ରୁ ଅଧିକ ଚାଷୀଙ୍କୁ ରୁ ବିହନ ଏବଂ ସାର ସହିତ ସହାୟତା ପ୍ରଦାନ କରାଯାଇଛି।ନୂତନ ଆତ୍ମବିଶ୍ୱାସ ସହିତ ଧାନ ଚାଷ ଜାରି ରଖିବା ପାଇଁ ସେମାନଙ୍କୁ ନିୟୋଜିତ କରାଯାଇଛି।୨୪୦୦ ରୁ ଅଧିକ ବ୍ୟକ୍ତି ବିଭିନ୍ନ ଆୟ-ଉତ୍ପାଦନକାରୀ କାର୍ଯ୍ୟକଳାପ ଗ୍ରହଣ କରିଛନ୍ତି, ଯେଉଁଥିରେ ସ୍ୱୟଂ ସହାୟିକା ଗୋଷ୍ଠୀ ର ୧୬୧ ଜଣ ମହିଳା ଧାନ, ନଡ଼ା ଛତୁ ଚାଷ ଆରମ୍ଭ କରିଛନ୍ତି। ତାଲିମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ୧,୯୦୯ ଜଣ ଚାଷୀଙ୍କୁ ସେମାନଙ୍କର ଜୀବିକା ନିର୍ବାହ ପାଇଁ ଦକ୍ଷତା ପ୍ରଦାନ କରିଛି।।

ଯାହା ଦ୍ୱାରା କି କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକ ବୃଦ୍ଧି ପାଉନ୍ତି। ତିନୋଟି ମହିଳା ନେତୃତ୍ୱାଧୀନ ସ୍ୱୟଂ ସହାୟକ ଗୋଷ୍ଠୀ ଭେଣ୍ଡିଂ କିଓସ୍କ ଏବଂ ପରିମଳ ୟୁନିଟ୍ ପରିଚାଳନା କରୁଛନ୍ତି ଯାହା ଦୈନିକ ୨୦୦ ଟ୍ରକ ଚାଳକଙ୍କୁ ସେବା ଯୋଗାଇ ଦେଇ ଆସୁଛି। ଏଥି ସହିତ ବିଭିନ୍ନ ସ୍ଥାନରେ ହୋଇଥିବା କାଫେରେ ୧୯ ଜଣ ନିଯୁକ୍ତି ପାଇଛନ୍ତି। ଏହା ବ୍ୟତୀତ ଜେଏସଡବ୍ଲ୍ୟୁ ର ଏହି ପ୍ରୟାସ ମାଧ୍ୟମରେ ୪୧୯ ଜଣ ବ୍ୟକ୍ତି ଏବେ ମାସିକ ହାରାହାରି ୫,୦୦୦ ଟଙ୍କା ରୋଜଗାର କରୁଛନ୍ତି।ଧୂପକାଠି,କୁକୁଡ଼ା ପାଳନ ଏବଂ ଛତୁ ଚାଷରେ ନିୟୋଜିତ ଉତ୍ପାଦକ ଗୋଷ୍ଠୀ ଗୁଡ଼ିକ ଓଡ଼ିଶା ଜୀବିକା ମିଶନ ସହିତ ସଂଯୋଗ ମାଧ୍ୟମରେ ୧୯.୬୨ ଲକ୍ଷ ଟଙ୍କାର ପାଣ୍ଠି ପାଇଛନ୍ତି।ଜେଏସଡବ୍ଲ୍ୟୁ ଦ୍ଵାରା ସ୍ୱାସ୍ଥ୍ୟ ସେବାରେ ପ୍ରମୁଖ ଉନ୍ନତି ଘଟିଛି। ଢିଙ୍କିଆ ଏବଂ ବାଲିତୁଠରେ ଥିବା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ,ପ୍ରତି ମାସରେ ପ୍ରାୟ ୪,୨୦୦ ଲୋକ ଚିକିତ୍ସା ପାଉଛନ୍ତି। ଆଜି ପର୍ଯ୍ୟନ୍ତ ୧.୭୪ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ପାଇଛନ୍ତି। ବାଲିତୁଠରେ ଏକ ନୂତନ ପିଏଚସି ନିର୍ମାଣାଧୀନ କାମ ଚାଲୁ ଅଛି।୧,୨୦୦ ଗ୍ରାମବାସୀ ଙ୍କ ପାଇଁ ତିନୋଟି ବହୁ-ସ୍ପେଶିଆଲିଟି ଏବଂ କ୍ୟାନସର ଚିହ୍ନଟ ଶିବିର ଆୟୋଜନ କରାଯାଇଛି।ମାଗଣା ଚକ୍ଷୁ ପରୀକ୍ଷା ଶିବିର ମାନ ଆୟୋଜନ କରାଯାଇଛି।ଯେଉଁଥିରେ ୧୭,୦୦୦ ରୁ ଅଧିକ ଲୋକଙ୍କ ସ୍କ୍ରିନିଂ ପରୀକ୍ଷା କରା ଯାଇଥିଲା।୯,୬୩୩ ଜଣଙ୍କୁ ଚଷମା ବଣ୍ଟନ କରା ଯାଇଥିଲା ଏବଂ ୧,୨୧୪ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ରେଫର କରାଯାଇଥିଲା।ଜେଏସଡବ୍ଲ୍ୟୁ ଗ୍ରାମୀଣ ଏବଂ ସହରାଞ୍ଚଳରେ କାର୍ଯ୍ୟ କରିବା ସହ ୧,୫୦୦ ରୁ ଅଧିକ ଲୋକଙ୍କୁ ଜରୁରୀ କାଳୀନ ସେବା ଯୋଗାଇ ଦେଉଛି। ଏହା ସହିତ ଏରସମା ବ୍ଲକର ୬୦୦ ଯକ୍ଷ୍ମା ରୋଗୀଙ୍କୁ ସେମାନଙ୍କ ଆରୋଗ୍ୟ ପାଇଁ ପୁଷ୍ଟିକର ଖାଦ୍ୟ କିଟ ପ୍ରଦାନ କରାଯାଇଛି।ପାରାଦୀପ ବସ୍ତିରେ ମୋଟ ୫୫୩ଟି ସୌର ଷ୍ଟ୍ରିଟ୍ ଲାଇଟ ଏବଂ ୩୦ ଟି ବୈଦ୍ୟୁତିକ ମିନି ମାଷ୍ଟ ଲାଇଟ୍ ସ୍ଥାପନ କରାଯାଇଛି,ଯାହା ୨୦,୦୦୦ ରୁ ଅଧିକ ପରିବାରଙ୍କୁ ଉପକୃତ କରିଛି।ବିକାଶ କାର୍ଯ୍ୟରେ ତିନୋଟି କମ୍ୟୁନିଟି ହଲ୍,ଗୋଟିଏ ସଭାଗୃହ,ଚାରୋଟି ଶବ ଦାହ ପଡ଼ିଆ,ସାତଟି ସ୍ୱୟଂ ସହାୟିକା ଗୋଷ୍ଠୀ ସମ୍ବଳ କେନ୍ଦ୍ର ଏବଂ ୨୦ ଟି ଅଙ୍ଗନୱାଡି କେନ୍ଦ୍ରର ଉନ୍ନତିକରଣ କରାଯାଇଛି। ନେହେରୁ ବଙ୍ଗଳା ଛକରେ ସୌନ୍ଦର୍ଯ୍ୟ କରଣ ଚାଲିଛି ଏବଂ ଏକ ମିନି ଷ୍ଟାଡିୟମ ଏବଂ ଖେଳପଡ଼ିଆ ନିର୍ମାଣ କାର୍ଯ୍ଯ ଚାଲିଛି। ଯୁବପିଢ଼ିଙ୍କ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ,୫୦ ଟି ଯୁବ କ୍ଲବ୍ ଏବଂ ସ୍କୁଲକୁ୧୪୦୦ ରୁ ଅଧିକ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଛି। ଜେଏସଡବ୍ଲୁ ପ୍ରକଳ୍ପ ଅଞ୍ଚଳ ଓ ପାରାଦୀପରେ ଜେଏସଡବ୍ଲ୍ୟୁ ର ବିକାଶ ମୂଳକ କାର୍ଯ୍ୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।

Leave a Reply

Your email address will not be published. Required fields are marked *