ବଳଭଦ୍ର କୋଇଲା ଖଣି ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି

ତାଳଚେରରେ ନୂତନ କୋଇଲା ଖଣି ଖୋଲିବା ନେଇ ଏକ ସର୍ବ ସାଧାରଣ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ସହଯୋଗ କରିଥିବା ନେଇ ମତ ବ୍ୟକ୍ତ କରିଛନ୍ତି ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ l ତାଳଚେର ତହସିଲ ଅନ୍ତର୍ଗତ କୁମୁଣ୍ଡା ,ଚିତଲପୁର, ମରଡହରିହରପୁର , ପାରବେଡା ଓ ବନବାସପୁରର ଭିଟାମାଟି ଉପରେ ଗଡ଼ି ଉଠିବ ବଳଭଦ୍ର କୋଇଲା ଖଣି ଭିଟାମାଟି ହରାଉଥିବା ପ୍ରଜା ମାନଙ୍କୁ ସେମାନଙ୍କର ମୌଳିକ ଅଧିକାର ପ୍ରଦାନ କରାଯିବ ବୋଲି ବଳଭଦ୍ର କୋଇଲା ଖଣିର ଉଚ୍ଚ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଏମ୍ .ସି.ଏଲ ନିୟମ ଅନୁଯାୟୀ ବିସ୍ଥାପିତ ପରିବାରଙ୍କୁ ଥଇଥାନ ଓ ନିଯୁକ୍ତି ସୁଯୋଗ ଦିଆଯିବ ,ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବ୍ୟାପକ ବୃକ୍ଷ ରୋପଣ

କରାଯାଇ କୁତ୍ରିମ ଜଙ୍ଗଲ ସୃଷ୍ଟି କରିବା ସହ ପାନୀୟ ଜଳ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଏମ୍ ସି ଏଲ ଉଚ୍ଚକର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଆଜିର ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ପ୍ରାୟ ୬ଶହରୁ ଉର୍ଦ୍ଧ୍ବ ଜନ ସାଧାରଣ ଉପସ୍ଥିତ ରହି ନିଜର ଦାବୀ ଗୁଡିକ ଉପସ୍ଥାପନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟୀ ଓ ଆଞ୍ଚଳିକ ପ୍ରଦୂଷଣ ଅଧିକାରି ରମେଶ ଚନ୍ଦ୍ର ଏକା ,ପରିବେଶ ସମ୍ବନ୍ଧୀୟ ଜନଶୁଣାଣିରେ ସ୍ଥାନୀୟ ଅଧିବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଳଭଦ୍ର କୋଇଲା ଖଣିର କୋଇଲା ଖଣିର ପ୍ରବନ୍ଧକ ଓରେନ୍ ପଟ୍ଟନାୟକ ଓ ତାଳଚେର ତହସିଲଦାର ପୋଲିସ ପ୍ରଶାସନ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଭାବରେ କାର୍ଯ୍ୟକ୍ରମକୁ ଶେଷ କରିଥିଲେ l

Leave a Reply

Your email address will not be published. Required fields are marked *