ଭଦ୍ରାୟଣି DJ ଘରେ EOW ର ଚଢାଉ ୩୦୦ କୋଟି ଟଙ୍କା ଠକେଇ EOW ତଦନ୍ତ

ଭଦ୍ରକ: ଭଦ୍ରାୟଣି DJ ଘରେ EOW ର ଚଢାଉ ୩୦୦ କୋଟି ଟଙ୍କା ଠକେଇ EOW ତଦନ୍ତ : ଭଦ୍ରକ ଯୁବ ବ୍ୟବସାୟ ତଥା ଭଦ୍ରାୟିଣୀ ଡିଜେ, ଭଦ୍ରାୟିଣୀ ଫୋଟ ଗ୍ରାଫି, ଭଦ୍ରାୟିଣୀ ମୋବାଇଲ ସୋରୁମ ସଂସ୍ଥା ର ମାଲିକ ରାମ ନାରାୟଣ ବଳ ଙ୍କ ବାଇପାସ ସ୍ଥିତ ଘର, ସାବରଙ୍ଗ ଏରଡ଼ା ଓ ରମ୍ଭିଳା ଫାର୍ମ ହାଉସରେ EOW ର 3 ଟିମ ର ଚଢ଼ାଉ କରାଯାଉଛି. ସୂଚନା ଅନୁଯାୟୀ ଗତ 3 ମାସ ପୂର୍ବେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ EOW ର ଏକ ଟିମ ଭଦ୍ରକ ବାସଭବନରୁ ଉଠାଇ ନେଇଥିଲା.

ବର୍ତମାନ ରାମନାରାୟଣ ବଳ ଚୌଦ୍ୱାର ଜେଲ ରେ ଥିବା ବେଳେ, କିଭଳି କେଉଁ ପରିସ୍ଥିତିରେ ରାମନାରାୟଣ ବଳ ହଠାତ ଏତେ ସଂସ୍ଥାର ମାଲିକ ହେବା ସହ ନାମିଦାମୀ ଗାଡି ସହ କୋଟି ପତି ହୋଇ, ଅୟସ କରୁଥିଲେ ତାର ଖୋଲ ତାଡ଼ କରୁଛି EOW ଟିମ. ତେବେ ରାମନାରାୟଣ ବଳ ଙ୍କ ସହିତ କାହାର ଲିଙ୍କ ଅଛି EOW ର ତଦନ୍ତ ପରେ ଜଣା ପଡିବ ବୋଲି କୁହାଯାଉଛି.

Leave a Reply

Your email address will not be published. Required fields are marked *