ଶ୍ରୀ ଶ୍ରୀ ମହାବୀର ମନ୍ଦିର ର ପ୍ରତିଷ୍ଠା ଉତ୍ସବ ପାଳନ

ଶ୍ରୀ ଶ୍ରୀ ମହାବୀର ମନ୍ଦିର ର ପ୍ରତିଷ୍ଠା ଉତ୍ସବ ପାଳନ
ଜଟଣୀ: ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ରେ ନବ ନିର୍ମିତ ଶ୍ରୀ ଶ୍ରୀ ମହାବୀର ମନ୍ଦିର ର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। କଲୋନୀ ର ସମସ୍ତ ଅଧିବାସୀ ତଥା ପାଖ ଅଞ୍ଚଳ ଗୁଡ଼ିକ ରୁ ଶତାଧିକ ଧାର୍ମିକ ବ୍ୟକ୍ତି ମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ଖୋର୍ଦ୍ଧା ର ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ସଞ୍ଜୁକ୍ତାରଣୀ ସାହୁ , ପୌର ପାଳିକା ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ପୌରପାଳିକା ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି, କାଉନସିଲର ଦିଲ୍ଲୀପ କୁମାର ପରିଡା,ପୂର୍ବତନ କାଉନସିଲର ନରେନ୍ଦ୍ର ପରିଡା, ସିଦ୍ଧାର୍ଥ ମିତ୍ର ଓ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସହ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତି ଥିଲେ। କଲୋନୀର ଆବାଳ ବୃଦ୍ଧବନିତାଙ୍କ ସହ ପ୍ରଫେସର ନରସିଂହ ପ୍ରସାଦ ଆଚାର୍ଯ୍ୟ, ପ୍ରାକ୍ତନ ବିଚାରପତି ନୀଳକଣ୍ଠ ମିଶ୍ର, ଡ. ସୁବୋଧ ଚନ୍ଦ୍ର ପ୍ରହରାଜ, ଡ ନିରଞ୍ଜନ ଦାଶ,ଡ. ପ୍ରମୋଦ ଚନ୍ଦ୍ର ଦାଶ, ଦାଶରଥି ପଟନାୟକ, ଜାନକୀ ସାମନ୍ତରାୟ, ଜୋଛନା ମାଝୀ, ବାବୁ ପାତ୍ର, ପ୍ରଶାନ୍ତ ଦାଶ, ବିଜୟ କୁମାର ବ୍ରହ୍ମା, ସୁରେନ୍ଦ୍ର ପୃଷ୍ଟି ଙ୍କ ସହଯୋଗରେ ଉକ୍ତ ମାଙ୍ଗଳିକ କାର୍ଯ୍ୟଟି ସୁରଖୁରରେ ସମାହିତ ହୋଇଯାଇଛି। ଉକ୍ତ ମନ୍ଦିର ଟି ଏହି ଅଞ୍ଚଳ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ଆଶା କରାଯାଉଛି। ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *