ଗୋପର ବିଜେପି ପ୍ରତିଷ୍ଠାତା ସଭାପତି ସତ୍ୟପ୍ରିୟ ନାୟକଙ୍କ ପରଲୋକ

ଗୋପର ବିଜେପି ପ୍ରତିଷ୍ଠାତା ସଭାପତି ସତ୍ୟପ୍ରିୟ ନାୟକଙ୍କ ପରଲୋକ

ଗୋପ, ୫ ସେପ୍ଟେମ୍ବର –
ଗୋପମାଟିର ଦର୍ପଣ, ବିଜେପିର ପ୍ରତିଷ୍ଠାତା ସଭାପତି, ପ୍ରତିଷ୍ଠିତ ଶିକ୍ଷାବିଦ, ସାହିତ୍ୟିକ ଓ ଇତିହାସକାର ଶ୍ରୀ ସତ୍ୟପ୍ରିୟ ନାୟକଙ୍କ ପରଲୋକରେ ସମଗ୍ର ଗୋପ ଅଞ୍ଚଳରେ ଶୋକର ଛାୟା ବିସ୍ତାରିତ ହୋଇଛି।

ଗଣେଶ୍ୱସରପୁର ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ସତ୍ୟପ୍ରିୟ ବାବୁ ପରେ ସମାଜସେବା ଓ ରାଜନୀତିକ କ୍ଷେତ୍ରରେ ସ୍ୱୟଂକୁ ଅର୍ପଣ କରିଥିଲେ। ସେ ଗୋପ ବିକାଶ ପରିଷଦର ସଭାପତି ଭାବେ, ଏବଂ ଶ୍ରୀଗୋପାଳଜୀଉ ସାଗର ସାନ୍ନ ମେଳନ ଓ ଗୋପ ଲୋକଉତ୍ସବ ପରିଷଦର ସମ୍ପାଦକ ଭାବେ ଅନେକ ସଂଗଠନର ନେତୃତ୍ୱ କରି, ଅଞ୍ଚଳର ସାହିତ୍ୟ, ସଂସ୍କୃତି ଓ ସମାଜିକ ସଚେତନତାକୁ ଅଗ୍ରଗତି ଦେଇଥିଲେ।

ତାଙ୍କ ରଚନା ‘ଗୋପ ଦର୍ପଣ’ ମାଧ୍ୟମରେ ସେ ଗୋପର ଐତିହ୍ୟ, ସଂସ୍କୃତି, ଶିକ୍ଷା, କଳା, ଏକତା ଓ ରାଜନୀତିକ ପରିଚୟକୁ ଲୋକଲୋଚନରେ ଆଣିଥିଲେ। ସତ୍ୟପ୍ରିୟ ବାବୁଙ୍କ ନିଜ କଥାରେ— “ଇତିହାସରେ କଳ୍ପନାର ସ୍ଥାନ ନାହିଁ, ଅଛି ବାସ୍ତବତାର। ସେହିପାଇଁ ‘ଗୋପ ଦର୍ପଣ’ ସୃଷ୍ଟି କରିବାକୁ ମୋତେ ବହୁ ସମୟ ଲାଗିଛି। ପ୍ରତ୍ୟେକ ଘର, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ଗଲିରୁ ମୁଁ ସଂଗ୍ରହ କରିଥିବା ସତ୍ୟକୁ ଏହି ପୁସ୍ତକରେ ପ୍ରକାଶ କରିଛି।”

ସେ ବିଭିନ୍ନ ସମୟରେ ସମାଜୀକ ଆନ୍ଦୋଳନ, ଗୋପରେ ତହସିଲ ପ୍ରତିଷ୍ଠା, ବିକାଶ କାର୍ଯ୍ୟ, ଯୁବକମାନଙ୍କ ସଚେତନତା ଓ ଅଞ୍ଚଳୀୟ ପ୍ରତିଭାମାନଙ୍କୁ ଲୋକଲୋଚନରେ ଆଣିବା ଦିଗରେ ଅପୂର୍ବ ଅବଦାନ ରଖିଥିଲେ।

Leave a Reply

Your email address will not be published. Required fields are marked *