ସ୍ବାଧୀନତା ର ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ୫ ନମ୍ବର ୱାର୍ଡର ଡାହାଣି ଗଡିଆ ପ୍ରାଥମିକ ବିଦ୍ୟାଳୟ କୁ ରାସ୍ତା ନଥିବା ର ନଗ୍ନ ଦୃଶ୍ୟ
Date:- 19/07/2025Place:- Bhadrak :- ଭଦ୍ରକ ସହର ର ବିକାଶର ନଗ୍ନଚିତ୍ର ଏଠି ବିକାଶ ହୋଇ ଛି କି ବିନାଶ ହୋଇ ଛି। ରାଜନୈତିକ ଛକାପଞ୍ଝା ଭିତରେ ବଳି ପଡୁଛି ସହରା ଅଞ୍ଚଳ ର ବିକାଶ ଧାରା ।ଏହା ପାଇଁ ଦାୟୀ କିଏ। ସରକାର ନା ଜନପ୍ରତିନିଧି। ସ୍ବାଧୀନତା ର ୭୭ ବର୍ଷ ପରେ ଭି ଭଦ୍ରକ ଚରମ୍ପା ୫ ନମ୍ବର ୱାର୍ଡର ବାଘମରା ସରକାରୀ ପ୍ରାଥମିକ ବିଦ୍ୟାଳୟ।ଏହା ପାଇଁ ଦାୟୀ କିଏ ? ସରକାର ନା ଜନପ୍ରତିନିଧି, । ସ୍କୁଲ ର ରାସ୍ତା ନଥିବାରୁ ଅଧା ବାଟରେ ଅଟିକି ଯାଉଛି କୁନି କୁନି ପିଲାଙ୍କ ଭବିଷ୍ୟତ। ଏହା କେଉଁ ଉପାନ୍ତ ଅଞ୍ଚଳର ରାସ୍ତା କଥା ଆମେ କହୁନୁ । ଆମେ କହୁଛୁ ଭଦ୍ରକ ଜିଲ୍ଲା ମୁନିସିପାଲଟି ୱାର୍ଡ ନମ୍ବର ୫ ର ଦୃଶ୍ୟ ୨୪ ବର୍ଷ

ବିଜେଡି ଶାସନ ୧ ବର୍ଷ ବିଜେପି ଶାସନ ସମାଧାନ କରିବାରେ ବିଫଳ ନା ଏହି ଚିତ୍ର ଦେଖିଲା ପରେ ଏହି ରାସ୍ତା କରେଇବାରେ ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା , ବର୍ଷା ଦିନ କଥା କହିବା ଠାରୁ ନ କହିବା ଭଲ କୁନି କୁନି ଛାତ୍ରଛାତ୍ରୀମାନେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ପାଣିରେ ପଶି ଯିବାଆସିବା କରୁଛନ୍ତି। ରୋଗ ରେ ପୀଡ଼ିତ ହେଉଛନ୍ତି ସରକାରଙ୍କ ସମସ୍ତ ବିକାଶର ଧାରା ଏହି ୱାର୍ଡ଼ ପାଇଁ ପାଲଟିଛି ଅଭିଶାପ “ଏଠି କହିବା କାହାକୁ ଶୁଣିବ କିଏ ” ବିକାଶ ର ନଗ୍ନଚିତ୍ର । ପ୍ରସାଶନିକ କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଯେତେ କାକୁତି ମିନତି ହେଲେ ମଧ୍ୟ ଶୁଣୁ ନାହାନ୍ତି ଏଥିରେ କୋୖଣସି ସନ୍ଦେହ ନାହିଁ । ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର ଙ୍କ ପାଣ୍ଠି ରୁ ୨ ଲକ୍ଷ୍ ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ଫଳ ଶୁନ୍ୟ।
