ସ୍ୱାଧୀନତାର ୭୮ବର୍ଷ ପରେ ମଧ୍ୟ ରାଡାବାଲି ଗ୍ରାମ କୁ ରାସ୍ତା ନାହିଁ ।

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ରାଡାବାଲ୍ଲୀ ଗ୍ରାମ ଅନ୍ୟୁନ କୋଡିଏ ପରିବାରଦୀର୍ଘ ଚାଳିଶ ବର୍ଷ ଧରି ବସବାସ କରୁଛନ୍ତି । ସେଠାରେ ଡାକ୍ତର ଖାନା ନାହିଁ , ତେର କିମି ଗଲେ ଡାକ୍ତର ଖାନା ରେ ଚିକିତ୍ସା ପାଇପାରିଛନ୍ତି ଗ୍ରାମ ବାସୀ । ପିଲା ସଂଖ୍ୟା କମିବାରୁ ୟୁପିସ୍କୁଲ ବନ୍ଦ ହୋଇ ଗଲା । ପିଲେ ଦୀର୍ଘ ସାଢେ ଚାରି କିମି ବଡ ବଡ଼ ପଥୁରିଆ ରାସ୍ତା ରେ ସ୍କୁଲ କୁ ଯାଆନ୍ତି, ଖଲି ପତ୍ର ବିକିବା ପାଇଁ ବୃଦ୍ଧ ମହିଳା ମାନେ ବଡ କଷ୍ଟରେ ଗ୍ରାମ ମୁଣ୍ଡିଆ ରୁ ପଥୁରିଆ ଜଙ୍ଗଲ ରାସ୍ତା ରେ ରାଇକିଆ ବଜାର କୁ ଯାଇଥାନ୍ତି । ଗ୍ରାମକୁ ଆମ୍ବୁଲାନ୍ସ ମଧ୍ୟ ଆସିପରୁ ନାହିଁ,ଡାକ୍ତରୀ ଦଳ, ଯୋଗାଣ ବିଭାଗରଗାଡି, ପୁଲିସଗାଡି, ଅବକାରୀ ଗାଡି, ଗ୍ରାମକୁ ଆସିବାର ସୁବିଧା ନାହିଁ । ଲୋକେ ରୋଗୀ କୁ ଖଟିଆରେ ବୋହି ନିୟନ୍ତି ଓ ଶବକୁ ଭାର କରି ବୋହି ଚାଲି ଚାଲି ଆଣନ୍ତି ସାଢେ ଚାରି କିମି ଦୂର ରାସ୍ତାରେ ।ସୁଗଡ଼ବାଡ଼ି ପଞ୍ଚାୟତୟ ଠାରୁ ଶହମିଟର ଭଲ ରାସ୍ତା ଭଲ ଅଛି । ଅବଶିଷ୍ଟ ସାଡେ଼ଚାରିକିମି ରାସ୍ତାରେ ବଡ଼ବଡ଼ ପଥର ଅଛି, ମୁଣ୍ଡିଆ ଉପରେ ଘର ଅଛି, ଜମିବାଡ଼ି ଅଛି, ରାଡାବାଲି ଗ୍ରାମର ଚାଷ ଜମି ବ୍ୟତୀତ ଅନ୍ୟାନ୍ୟ ଗ୍ରାମ କାମେରିକିଆ ସତୁରୀ ଘର, ବ୍ରାହବାଡ଼ି, ଲମ୍ବାଡ଼କିଆ,ପ୍ରଭୃତି ଗ୍ରାମର, ଚାଷ ଜମି ଗୁଡିକ ମୁଣ୍ଡିଆ ଉପର ରାଡାବାଲି ଗ୍ରାମ ରେ ରହିଛି । ଫଳରେ ଚାରୋଟି ଗ୍ରାମର ଲୋକେ ରାଡାବାଲି କୁ ପଥୁରିଆ ଜଙ୍ଗଲ ରାସ୍ତାରେ ଯିବା ଆସିବା କରିବାକୁ ପଡ଼ିଥାଏ , ମୁଣ୍ଡିଆରେ ବି ଏସ ଏନ ଏଲ ଓ ଜିଓ କାଁ ଭାଁ ଲାଗୁଛି, ବିଦ୍ୟୁତ ଅଛି,ଅନୁଷ୍ଠାନ କହିଲେ ଅଙ୍ଗନ ବାଡ଼ି ଅଛି,ସ୍କୁଲ ବନ୍ଦ ହୋଇ ଗଲା କିନ୍ତୁ ଅଙ୍ଗନ ବାଡ଼ି ଚାଲୁଛି, ଲେତେଡ଼ି ଗ୍ରାମ ରାଡା ବାଲି ଠାରୁ ଚାରି କିମି ଦୂର ଅଟେ! ଲତେଡ଼ି ପଟୁ ରାଡାବାଲିକୁ ଏକ ମାଟି ରାସ୍ତା ରହିଛି! ଏକ ନିମ୍ନ ମାନର ମାଟି ରାସ୍ତା ୫ ବର୍ଷ ତଳେ ନିର୍ମିତ ହୋଇଥିଲା! ଯାହାକି ଚାରି ବର୍ଷ ତଳେ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିଲା! ଏବେ ପନ୍ଦର ଟି ଲଘୁ ଚାପ ବର୍ଷା ସହ ବାଦଲ ଫଟା ବର୍ଷା ହେବାରୁ ମାଟି ରାସ୍ତା ନିଶ୍ଚିନ୍ନ ହୋଇଯାଇଛି! ରାଡାବାଲିଗ୍ରାମର ଲୋକେ ନିଜର ବାଇକ, ସାଇକଲ ଓ ଗାଡି ପାଞ୍ଚ କିମି ଦୂର ସୁଗଡ଼ ବାଡ଼ି ରେ ରଖି ସାଢେ ଚାରିକିମି ପଥୁରିଆ ରାସ୍ତାରେ ପଡିଉଠି ଆସନ୍ତି ବୋଲି ସଚେତନ ଯୁବକ ଟୁନା ପ୍ରଧାନ ପ୍ରକାଶ କରନ୍ତି! ଆମ ସରକାର ଲୋକଙ୍କ ସରକାର ରେ ଗ୍ରାମବାସୀ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଇ ସ୍ମାରକ ପତ୍ର ଦେଇଥିଲେ ମଧ୍ୟ ସୁଫଳ ମିଳି ନାହିଁ! ଅତୀତରେ କୌଣସି ସରକାର କର୍ମଚାରୀ ଓ ଜନ ପ୍ରତିନିଧିଙ୍କର ରାଡାବାଲି ଗ୍ରାମରେ ପାଦ ପଡ଼ିନାହଁ! ସରପଞ୍ଚ ସୁରଞ୍ଜନ ପ୍ରଧାନ ବାରମ୍ବାର ପ୍ରଶାସନ ଅଧିକାର ଙ୍କର ଦୃଷ୍ଟି ଆକର୍ଷଣ କରି ନିରାଶା ହୋଇଛନ୍ତି! ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପିପୁଲସ ଫୋରମ ର ସଭାପତି ରାଧା ମୋହନ ମହାପାତ୍ର ଓ କନଭେନର ସୁନୀଲ ପଟ୍ଟନାୟକ ଦାବିକରିଛନ୍ତି!

Leave a Reply

Your email address will not be published. Required fields are marked *