୮୬ବର୍ଷ ପରେ ବି ବୁଲେଇ ଙ୍କୁ ମିଳୁନି ସରକାରଙ୍କ ବର୍ଦ୍ଧିତ ଭତ୍ତା।
ରଘୁନାଥପୁର =ରାଜ୍ୟସରକାର ୮୦ବର୍ଷ ହୋଇଥିବା ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ୩୫୦୦ ଟଙ୍କା ଭତ୍ତା ଦେବାପାଇଁ ନୂତନ ନିୟମଲାଗୁ କରିଛନ୍ତି।ଏହି ନିୟମ ମୁତାବକ ରାଜ୍ୟର ସବୁ ବ୍ଲକ ରେ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଉଛି।ଏହି ପରିପେକ୍ଷୀରେ ରଘୁନାଥପୁରବ୍ଲକରେ ମଧ୍ୟ ଅନେକ ଲୋକଙ୍କୁ ବର୍ଦ୍ଧିତ ପ୍ରଦାନ କରାଯାଇଥିବାବେଳେ ଏହିବ୍ଲକ ଅଧିନ ଗୁଆଳିପୁର ଗ୍ରାମର ବୁଲେଇ ଦାସ ଙ୍କୁ ୮୬ବର୍ଷ ହୋଇଥିଲେବି ସେ ୧୨୦୦ ଟଙ୍କା ଭତ୍ତାପାଉଛନ୍ତି ସରକାରଙ୍କ ନୂତନ ବର୍ଦ୍ଧିତ ୩୫୦୦ଟଙ୍କା ତାଙ୍କୁ ମିଳିନଥିବାରୁ ସେ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ କୁ ବୣଦ୍ଧାଅବସ୍ଥାରେ ବାରମ୍ଭାର ଦୈାଡିଦୈାଡି ନୟାନ୍ତ ହୋଇ ହୋଇପଡିଲେଣି।ତଥାପି ବ୍ଲକ ପ୍ରଶାସନ ଘୋରନିଦ୍ରାରେ।ତେବେ ଏହାକୁ ବ୍ଲକପ୍ରଶାସନର ଚରମ ଅବହେଳା କୁହାଯିବନା ନା ଅନ୍ୟ କଣ କାରଣ ରହିଛି ତାହା ବୁଝାପଡୁନି।ଏହାକୁ ନେଇ ସମାଜସେବୀ ତଥା ଗଣମାଧ୍ୟମ ପ୍ରତିନିଧି ଜ୍ୟେତିରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି।ଏଠାରେ ପ୍ରକାଶ ଥାଉକି ଏହି ବ୍ଲକର ଅନେକ ବୣର୍ଦ୍ଧବୣର୍ଦ୍ଧା,ଦିବ୍ୟାଙ୍ଗ ମାନେ ବର୍ଦ୍ଧିତ ଭତ୍ତା ପାଇଁ ବ୍ଳକ କାରଯ୍ୟାଳୟକୁ ଦୈାଡୁଥିଲେ ମଧ୍ୟ ସେମାଙ୍କ ଭତ୍ତା ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି।
