ନୟାଗଡ଼ ଜିଲ୍ଲାର ଷ୍ଟାଡିୟମ ଠାରେ ବିକଶିତ ମେଳାର ତୃତୀୟ ଦିନର ସଂଧ୍ୟା

ବିକଶିତ ଓଡ଼ିଶା -୨୦୩୬୧୪.୦୬.୨୦୨୫ନୟାଗଡ଼ ଆଜି ନୟାଗଡ଼ ଜିଲ୍ଲାର ଷ୍ଟାଡିୟମ ଠାରେ ବିକଶିତ ମେଳାର ତୃତୀୟ ଦିନର ସଂଧ୍ୟା ୬.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡେପୁଟି କଲେକ୍ଟର ତପସ୍ୱୀନି ହଁ।ସଦା ସ୍ୱ।ଗତ ଭାଷଣ ରଖିଛନ୍ତି ।କାର୍ଯ୍ୟକ୍ରମର ପ୍ରାରମ୍ଭ ପୁର୍ବରୁ ଓପନ କୁଇଜ୍ କାର୍ଯ୍ୟକ୍ରମ ସର୍ଵସାଧାରଣ ତଥା ଆବାଳବୃଦ୍ଧବନିତା ସମସ୍ତଙ୍କ ମଧ୍ୟରେ ଚାଲିଥିଲା । “ଓଡ଼ିଶାର ଭାଷା,କଳା, ସଂସ୍କୃତି ଓ ଐତିହ୍ୟ” ଆମ ଅସ୍ମିତାର ପ୍ରତୀକ କାର୍ଯ୍ୟକ୍ରମ ଉପରେ ଅଭିଭାଷଣ ରଖିଥିଲେ କୈଳାସ ବାଣ୍ଠ , ପ୍ରାଧ୍ୟାପକ,ଓଡ଼ିଆ ଭାଷା , କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ,କୋରାପୁଟ।ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପରେ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ଅଭ୍ୟର୍ଥନା କରାଯାଇଥିଲା । ସମ୍ମାନୀୟା ଡେପୁଟି-କଲେକ୍ଟର ସ୍ୱ।ଗତ ଭାଷଣରେ କହିଲେ ଯେ ଆମ ପୃଥିବୀ ଜଣେ ମାଆ । ଆମ ଓଡିଶା ଭଳି ରାଜ୍ୟରେ ମେନଷ୍ଟୃଏସନ ଉପରେ ପର୍ବ ପାଳନ କରାଯାଏ, ତାହା ହେଉଛି “ରଜ” ଯାହା ଅନ୍ୟ କୌଣସି ରାଜ୍ୟରେ ଦେଖା ଯାଇନଥାଏ ।

ଏହାପରେ ଡଃ ବାଣ୍ଠ ତାଙ୍କ ଭାଷଣରେ କହିଲେ ଯେ ମା’ ,ମାଟି, ମାତୃଭାଷା, ଏହା ହେଉଛି ଗଙ୍ଗା, ଯମୁନା, ସରସ୍ଵତୀର ମିଳନ ଭଳି। ଯେଉଁ ଦେଶକୁ ଆମେ ମା’ ବୋଲି ସମ୍ବୋଧନ କରୁ ଯାହାକି ଅନ୍ୟ କେଉଁ ଦେଶରେ ଦେଖାଯାଇ ନଥାଏ। ସେହିପରି ସେହି ଜନନୀ ଯାହାକୁ ଅବହେଳିତ କରାଯାଉଛି, ପ୍ରତ୍ୟେକ ସହରରେ ଦେଖାଯାଉଛି ଜରା ନିବାସ । ଏବେ ସମୟ ଆସିଛି ପ୍ରକୃତରେ ମୋ ‘ମା ‘ପ୍ରତି ମୁଁ କେତେ ସମ୍ବେଦନଶୀଳ ସମୀକ୍ଷା କରିବା । ଜନ୍ମଭୁମି ଏବଂ ଜନ୍ମଦାତ୍ରୀଙ୍କୁ ଆମେ ଅବହେଳା କରିବା ନାହିଁ । ସେହିପରି ତୃତୀୟରେ ମାତୃଭାଷାକୁ ମଧ୍ୟ ଆମେ ପ୍ରାଧାନ୍ୟ ଦେବା ଦରକାର।ଆମ ଓଡିଶାର ଐତିହ୍ୟ ଏବଂ ଆଦର୍ଶ ବିଷୟ ରେ କହିଥିଲେ ।ସାହିତ୍ୟ, ଗ୍ରନ୍ଥ,କଳା , ସଂସ୍କୃତି ଉପରେ ଏଵଂ ନୟାଗଡ଼ର ଉନ୍ନତି ଉପରେ କହିଥିଲେ ।ଶେଷରେ ସଭା ସାଙ୍ଗ କରାଯାଇଥିଲା ଏବଂ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।

Leave a Reply

Your email address will not be published. Required fields are marked *