ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନାରେ ସମସ୍ତ ଙ୍କ ସହଯୋଗ ଆବଶ୍ୟକ, ଜିଲ୍ଲାପାଳ
ଆଗାମୀ ଲୋକସଭା ଓ ବିଧାନସଭା ପାଇଁ ସାଧାରଣ ୨୦୨୪ ନିମନ୍ତେ ନିର୍ବାଚନ ଆୟୋଗ ଦ୍ବାରା କାର୍ଯ୍ୟସୂଚୀ ଘୋଷଣା ଓ ଆଦର୍ଶ ଆଚରଣ ବିଧି ଲାଗୁ କରାଯିବା ପରେ ରବିବାର ପୂର୍ବାହ୍ନ ରେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ବାରା ଗଣମାଧ୍ୟମ ଓ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇ ଯାଇଛି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଧର ଙ୍କ ଅଧ୍ୟକ୍ଷତା ରେ ସଦଭାବନା ସଭାଗୃହ ରେ ଅନୁଷ୍ଠିତ ଏହି ବୈଠକ ରେ ଏସପି ବରୁଣ ଗୁଣ୍ଡୁ ପାଲି ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ଗଡନାୟକ ମୁଖ୍ଯ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ ,ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ୟମଳ ରାୟ ,ଡେପୁଟୀ କଲେକ୍ଟର ନିର୍ବାଚନ ସାଗରିକା ସାହୁ ପ୍ରମୁଖ ଯୋଗ ଦେଇ ଥିଲେ, ମାର୍ଚ୍ଚ ୧୬ ରେ ନିର୍ବାଚନ ଆୟୋଗ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲାରେ ଶେଷ ଅର୍ଥାତ ୭ମ ପଯ୍ୟାୟ ରେ ଜୁନ ୧ ତାରିଖ ରେ ଭୋଟ ଗ୍ରହଣ କରାଯିବ ସେଇ ଅନୁଯାୟୀ ମଇ ୭ ରେ ନୋଟିଫିକେସନ ମଇ ୭ ରୁ ୧୪ ପଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ମଇ ୧୫ ରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ପ୍ରାର୍ଥୀ ପତ୍ର ପ୍ରତ୍ଯାହାର ର ଶେଷ ତାରିଖ ମଇ ୧୭ ତାରିଖ ଥିବା ନେଇ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ ଜୁନ ୧ ରେ ମତଦାନ ଓ ଜୁନ ୪ ରେ ଗଣତି କରାଯିବା ନେଇ ଜିଲ୍ଲା ପ୍ରଶାସନ ର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ସମ୍ବନ୍ଧ ରେ ପ୍ରକାଶ କରିଥିଲେ ଅବାଧ ମୁକ୍ତ ନିରପେକ୍ଷ ହିଂସା ମୁକ୍ତ ସ୍ବଚ୍ଛ ନିର୍ବାଚନ ପାଇଁ ପ୍ରଶାସନ ସହିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ,ରାଜନୈତିକ ଦଳର କାର୍ଯ୍ୟ କର୍ତ୍ତା ପ୍ରାର୍ଥୀ ସମସ୍ତ ଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ୩ଟି ଲେଖାଏଁ ସମୁଦାୟ ୧୫ ଟି ଫ୍ଲାଇ ସ୍କାଡ଼ ମାର୍ଚ୍ଚ ୧୬ ଠାରୁ କାମ ଆରମ୍ଭ କରିଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଫୋନ ଦ୍ବାରା ୧୧୨ ନମ୍ବର ରେ ଜଣାଇ ପାରିବେ ଡିସପରସାଇ ଓ ଗଣତି ପାଇଁ ୪ଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ଭଦ୍ରକ ସ୍ବଂୟ ଶାସିତ ମହାବିଦ୍ୟାଳୟ ରେ ଓ କେବଳ ଧାମନଗର ପାଇଁ ଜିଲ୍ଲା କାର୍ଯ୍ୟାଳୟ ପରିସର ରେ ଆଯୋଜନ କରାଯିବା ନେଇ ବ୍ୟବସ୍ଥା କରାଯାଉଛି ରାଜନୈତିକ ଦଳ ର ପ୍ରତିନିଧି ପ୍ରାର୍ଥୀ ମାନେ ଇଭିଏମ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରନ୍ତୁ ଇଭିଏମ କମିଶନ ର ଓ ସମ୍ପୃକ୍ତ ଅନ୍ଯ ପ୍ରକ୍ରିୟାରେ ପ୍ରତେକ୍ଷ ଭାବେ ସାମିଲ ହୁଅନ୍ତୁ ବୋଲି ଜିଲ୍ଲାପାଳ ଜଣାଇଥିଲେ ଆହୁରି ସୂଚନା ଦେଇଥିଲେ କି ସକାଳ ୭ ରୁ ସଂନ୍ଧ୍ଯା ୬ ପଯ୍ୟନ୍ତ ମତଦାନ ଗ୍ରହଣ କରାଯିବ ଜିଲ୍ଲାର ସମୁଦାୟ ୧୩୦୯ ବୁଥ ରୁ ଶତକଡ଼ା ୬୦ ଭାଗ ବୁଥ ରେ ଓ୍ବେବ କାଷ୍ଟିଅଂ ବ୍ୟବସ୍ଥା କରାଯାଇଛି
