ନବରଙ୍ଗପୁର ଡ୍ରାଇଭର ମହାସଂଘ ସୃଷ୍ଟି କଲେ ଭାଇଚାରାର ଉଦାହରଣ

ନବରଙ୍ଗପୁର ଡ୍ରାଇଭର ମହାସଂଘ ସୃଷ୍ଟି କଲେ ଭାଇଚାରାର ଉଦାହରଣ , ନିଜ ସଂଘ ସଦସ୍ୟଙ୍କ ମୃତ୍ୟୁ ପରେ ପରିବାରଙ୍କୁ ୪୦୫୦୦ ଆର୍ଥିକ ସହାୟତା ପ୍ରଦାନ

ନବରଙ୍ଗପୁର ( )୨୪/୧୦/୨୦୨୫ ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତର ଭାଗବାମନ ଗନ୍ତାୟତ ଡ୍ରାଇଭରଙ୍କ ଅକାଳ ବିୟୋଗ ଘଟିଥିଲା । ଏହି ଦୁଃଖ ସମୟରେ ପରିବାର ପାଇଁ ସହାୟତାର ହାତ ବଢ଼ାଇ ଭାଇଚାରାର ଉଦାହରଣ ସୃଷ୍ଟି କରିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ଏବଂ ନବରଙ୍ଗପୁର ଡ୍ରାଇଭର ମହାସଂଘ ନବରଙ୍ଗପୁର ସଦରର ସଦସ୍ୟ ମାନେ । ଆଜି ସ୍ବର୍ଗତ ଡ୍ରାଇଭର ଭାଇଙ୍କ ଦଶା କାର୍ଯ୍ୟରେ ନବରଙ୍ଗପୁର ଡ୍ରାଇଭର ମହାସଂଘର ସଦସ୍ୟ ମାନେ ଉପସ୍ଥିତ ରହି ଓଡିଶା ଡ୍ରାଇଭର ମହାସଂଘ ଏବଂ ନବରଙ୍ଗପୁର ଡ୍ରାଇଭର ମହାସଂଘ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତା ରାଶି ୪୦୫୦୦/- ଟଙ୍କା, ବସ୍ତ୍ର ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ।ଏହି ଅର୍ଥ ରାଶି ପ୍ରଦାନ ସମୟରେ ନବରଙ୍ଗପୁର ଡ୍ରାଇଭର ସଂଘ ସଭାପତି ଶୁଭମ ରାଓ , ଉପ ସଭାପତି ସୁକାନ୍ତ ସୁନ୍ଦାର, ସମ୍ପାଦକ ତାପସ ମଲ୍ଲିକ, ସହ ସମ୍ପାଦକ କୃଷ୍ଣଚନ୍ଦ୍ର ପରି, କୋଷାଧକ୍ଷ ମଧୁସୂଦନ ରାଓ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *