ପୋଲିସ ପରିଚୟ ଦେଇ ଏକାଧିକ ମହିଳାଙ୍କୁ ବ୍ଲାକ ମେଲ

ପୋଲିସ ପରିଚୟ ଦେଇ ଏକାଧିକ ମହିଳାଙ୍କୁ ବ୍ଲାକ ମେଲ ।ଦୁଇ ବର୍ଷ ପରେ ପୁରୀ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି । ବାଲେଶ୍ଵରର ମାନସ ନାମକ ବ୍ୟକ୍ତି କୁ ବାନ୍ଧିଲା ପୋଲିସ୍। ବି ଟେକ୍ ଡିଗ୍ରୀ କରିଥିବା ମାନସ ବୈଷୟିକ ଜ୍ଞାନର ଫାଇଦା ଉଠାଇ ଆସୁଥିଲେ । ଅଭିଯୁକ୍ତଙ୍କ ନାଁରେ ଆଗରୁ ରହିଛି ଏକାଧିକ ମାମଲା।ବାଲେଶ୍ଵର,ବ୍ରହ୍ମପୁର,ବଲାଙ୍ଗୀର ଆଦି ଅଂଚଳରେ ପ୍ରାୟ 7 ଜିଲ୍ଲାରେ ଲାମ୍ବାଇଥିଲା ମାନସ ବ୍ଲାକମେଲିଂ ର ସାମ୍ରାଜ୍ୟ । ଜଣେ ମହିଳାଙ୍କ ଏତଲା ଆଧାରରେ ତଦନ୍ତ ପରେ ଅଭିଯୁକ୍ତ ମାନସକୁ ବାନ୍ଧିଛି ପୋଲିସ୍ । ଅଭିଯୁକ୍ତ ମାନସ ଠାରୁ 5 ଟି ମୋବାଇଲ୍,4 ଟି ଏଟି ଏମ କାର୍ଡ,34 ଟି sim କାର୍ଡ, ସମେତ ,ପାସ୍ ବୁକ୍ ଜବତ ହୋଇଛି ।ପୋଲିସ ପରିଚୟ ଦେଇ ଅଭିଯୁକ୍ତ ଜଣଙ୍କ ଏକାଧିକ ମହିଳାଙ୍କୁ ବ୍ଲାକ ମେଲ କରୁଥିଲେ। ପୁରୀର ଜଣେ ମହିଳାଙ୍କୁ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବାକୁ ଡରାଇ ଆସୁଥିଲେ । ମହିଳାଙ୍କ ଠାରୁ 2 ଲକ୍ଷ 70 ହଜାର ଟଙ୍କା ଦାବି କରିଥିଲେ । ଉକ୍ତ ମହିଳା ଜଣକ ଏକ ଆକାଉଣ୍ଟ୍ କୁ 1 ଲକ୍ଷ 34 ହଜାର ଟଙ୍କା ଦେଇଥିଲେ। ଆକାଉଣ୍ଟ ଯାଞ୍ଚ୍ ପରେ ଏହା ଅନ୍ୟ ଜଣେ ମହିଳାଙ୍କ ଆକାଉଣ୍ଟ ବୋଲି ଜଣା ପଡିଥିଲା । ଉକ୍ତ ମହିଳା ଜଣଙ୍କ ମଧ୍ୟ ମାନସର ଶିକାର ହୋଇଥିଲେ । ଏବଂ ତାଙ୍କ ନାଁରେ ଆକାଉଣ୍ଟ କ୍ରିଏଟ୍ କରି ଟଙ୍କା ଆଦାୟ କରୁଥିବା ପୁରୀ ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *