ବରିଷ୍ଠ ବିଜେଡି ନେତା ଶ୍ରୀ ସନ୍ତୋଷ ଜେନାଙ୍କୁ ପାଟିରୁ ବହିଷ୍କାର
ଜଟଣୀ: ଜଟଣୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଶ୍ରୀସନ୍ତୋଷ ଜେନା (ଓରଫ) ପାଣ୍ଡବ ଜେନା ଦଳ ବିରୁଦ୍ଧ କାର୍ଯ୍ୟ କଳାପ ପାଇଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ଶ୍ରୀ ଜେନା ଦଳ ପାଇଁ ବୈମାତୃକ ଭାବନା, ଦଳ ବିରୁଦ୍ଧ କାର୍ଯ୍ୟ କଳାପ ପାଇଁ ବିଜୁ ଜନତା ଦଳ ସୁପ୍ରିମ ତଥା ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜେନାଙ୍କୁ ବହିଷ୍କୃତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ସକ୍ରିୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରବଣ ପ୍ରକାଶ ଦାସଙ୍କ ସୁଚନା। ପ୍ରକାଶ ଥାଉକି ଶ୍ରୀ ଜେନା ଅତୀତରେ ଭାରତୀୟ ଜନତା ପାର୍ଟି କୁ ବହିଷ୍କାର କରି ବିଜୁ ଜନତା ଦଳ ରେ ଯୋଗ ଦେଇଥିଲେ। ବିଜେଡି ନିଜର ପାରଦର୍ଶିତା ଦେଖାଇବା ପାଇଁ ଅନେକ ଉଦ୍ୟମ କରିଥିଲେ, ଶେଷରେ ଫଳ ସ୍ବରୂପ ମଳିଲା ବହିଷ୍କୃତ ପ୍ରମାଣ ପତ୍ର। ଶ୍ରୀ ଜେନାଙ୍କ ଉଦ୍ୟମ କିଛି ମନ୍ଦ ନଥିଲା ହେଲେ ଅପାତ୍ରରେ ଦାନ ଦେଇ ଦେଇ ହାଲିଆ। ଚିହ୍ନି ପାରିଲେ ନାହିଁ ଦାନ ଧର୍ମ କେଉଁଠି ଆଉ କାହାକୁ ଦିଆଯାଏ। ଅନ୍ଧଭଳି ବାଣ୍ଟି ଚାଲିଲେ। ନିଜର ଗାରିମାର ସାମ୍ରାଜ୍ୟ ବଢାଇ ଚାଲିଲେ କିଛି ତୋସାମଦିଆ ଭକ୍ତଙ୍କୁ ନେଇ। ଯେଉଁଟାକି ଶ୍ରୀ ଜେନା ଙ୍କ ପାଇଁ ବୁମେରାଙ୍ଗ ହୋଇଗଲା। ଏବେ କେବଳ ଦେଖିବାକୁ ବାକିଅଛି ଶ୍ରୀ ଜେନାଙ୍କ ଭବିଷ୍ୟତ ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ଣ୍ଣଚ୍ଛେଦ, ନା ଶ୍ରୀ ଜେନା ଙ୍କ ଆଶା ଆକଂକ୍ଷାକୁ ସୁଦୃଢ଼ କରିବା ପାଇଁ କେଉଁ ଦଳ ଅପେକ୍ଷା କରିଛି। ଆଜି ଶ୍ରୀ ଜେନାଙ୍କ ବିଦାୟ ସମ୍ବର୍ଦ୍ଧନା ଖୁସିରେ ଜଟଣୀ ନିର୍ବାଚନ ମଣ୍ଡଳୀର କିଛି ଯାଗାରେ ବିଜୁ ଜନତା ଦଳ ତରଫରୁ ସଙ୍ଖ ଧ୍ବନି ସହ ଭୋଜିର ଆୟୋଜନ କରାଯାଇଛି।
