ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ;ନିରବ ଦ୍ରଷ୍ଟା ବନବିଭାଗ

ଭଞ୍ଜନଗର,୦୩/୦୧- ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ କୋକୋଳବା ପଞ୍ଚାୟତର ବହୁ କୃଷକ ହାତୀ ପଲଙ୍କ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରାୟ ୨୦ ରୁ ୨୨ଗୋଟି ହାତୀ ଗତ ରାତ୍ରରେ ବହୁ କଦଳୀ ଗଛ ଭାଙ୍ଗି ନଷ୍ଟ କରିବା ସହିତ ବ୍ୟାପକ ଧାନ‌ ଫସଲ ନଷ୍ଟ କରିଥିବା ଜଣା ପଡିଛି।ଗ୍ରାମର ଶିବ ମନ୍ଦିର ନିକଟ ଧାନ ଖଳାରୁ ବହୁ ପରିମାଣର ଧାନ ନଷ୍ଟ କରିଥିବା ଜଣାପଡିଛି। ସୀମାଦ୍ରୀ ମାହାନ୍ତି, ନୀଳମାଧବ ନାୟକ ,ସୁନାଧର ଜାନୀ,ଖଦାଳ ବିଶୋଇ, କୈଳାସ ମହାପାତ୍ର,‌ହାଡୁବଦ୍ଧୁ ବିଶୋଇ, ସୁବାସ ବିଶୋଇ,ଅଶୋକ ନାୟକ,ପ୍ରକାଶ ଗୌଡ,ସିମାଞ୍ଚଳ ପଣ୍ଡା, ଧବଳେଶ୍ଵର ସ୍ବାମୀ,ଗୌରଚଦ୍ର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା,ସୁମନାଥ ପଣ୍ଡାଙ୍କ ସମେତ ୧୫ଜଣ ଜଣ କୃଷକଙ୍କ ପ୍ରାୟ ୬୦ଏକର ଜମିର ଧାନଫସଲ ନଷ୍ଟ କରିବା ସହିତ କଦଳୀ ଗଛ ସବୁ ଭାଙ୍ଗି ଦେଇଛନ୍ତି।ଏସମ୍ପର୍କରେ ଚାଷୀମାନେ ତାରସିଂ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବନବିଭାଗ ତରଫରୁ କୈାଣସି ପଦକ୍ଷପ ଗ୍ରହଣ କରାଯାଇ ନଥିବା ଅଭିଯୋଗ କରିଛନ୍ତି।ତେଣୁ ତୁରନ୍ତ କୃଷକଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବା ପାଇଁ ସେମାନେ ଦାବୀ କରିଛନ୍ତି। ‌‌

ରିପୋର୍ଟ ;- ଶିବ ଶଙ୍କର ପ୍ରଧାନ।

Leave a Reply

Your email address will not be published. Required fields are marked *